ମୁମ୍ବାଇ: ଜୁନ ଶେଷ ସପ୍ତାହ ସୁଦ୍ଧା ଅଭ୍ୟାସକୁ ଫେରିପାରେ ଟିମ ଇଣ୍ଡିଆ । ଏନେଇ ବିସିସିଆଇ ପକ୍ଷରୁ ପ୍ରୟାସ ଜାରି ରହିଥିବା ଜଣାପଡିଛି ।
ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(NCA) ସହ ବିସିଆଇର ଆଲୋଚନା ଜାରି ରହିଛି । ତେବେ ବିଭିନ୍ନ ରାଜ୍ୟରେ କୋରୋନା ଭାଇରସ ଲକଡାଉନ ନେଇ ଯାତ୍ର କଟକଣା ଓ ବର୍ଷାର ସ୍ଥିତିକୁ ନିଷ୍ପତି ହେବ ବୋଲି ବିସିସିଆଇ ସୁତ୍ରରୁ ସୂଚନା ମିଳିଛି । ବିନା ଯାତ୍ରାରେ ଅଭ୍ୟାସ ଆରମ୍ଭ ନେଇ ବିକଳ୍ପ ଚିନ୍ତା ମଧ୍ୟ ବିସିସିଆଇ ପକ୍ଷରୁ କରଯାଉଥିବା ଜଣାପଡିଛି ।
ସମସ୍ତ କ୍ରିକେଟର ପଡିଆକୁ ଫେରିବାକୁ ବ୍ୟଗ୍ର ଅଛନ୍ତି । ତେବେ କେବଳ ଅନୁମତିକୁ ଅପେକ୍ଷା କରିଛନ୍ତି । ଟି-20 ବିଶ୍ବକପ ସ୍ଥଗିତ ଓ ଅକ୍ଟୋବରରେ ଆଇପିଏଲ ଆୟୋଜନ ନେଇ ଚର୍ଚ୍ଚା ହେଉଛି । ମାତ୍ର ବିସିସିଆଇ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।