ETV Bharat / sports

ଆଇପିଏଲ ଟାଇଟଲ ପ୍ରାୟୋଜକ ସର୍ତ୍ତ, 300 କୋଟିରୁ ଅଧିକ କାରବାର ଜରୁରୀ

ବିଡରେ ଭାଗ ନେବା ପାଇଁ ହେଲେ ବିସିସିଆଇ କିଛି ସର୍ତ୍ତ ରଖିଛି । ଯାହାକୁ ପୁରଣ କରି ପାରୁଥିବା କମ୍ପାନୀମାନେ କେବଳ ବିଡ ଡାକି ପାରିବେ ।

ଆଇପିଏଲ ଟାଇଟଲ୍ ପ୍ରାୟୋଜକ ପାଇଁ ସର୍ତ୍ତ, 300 କୋଟିରୁ ଅଧିକ ଟର୍ଣ୍ଣଓଭର ହେବ ଆବଶ୍ୟକ

author img

By

Published : Aug 10, 2020, 10:55 PM IST

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆୟୋଜିତ ହେବାକୁ ଥିବା ଆଇପିଏଲର ଟାଇଟଲ ପ୍ରାୟୋଜକ ପାଇଁ ଟେଣ୍ଡରଆହ୍ବାନ କରିଛି ବିସିସିଆଇ । ତେବେ ବିଡରେ ଭାଗ ନେବା ପାଇଁ ହେଲେ ବିସିସିଆଇ କିଛି ସର୍ତ୍ତ ରଖିଛି । ଯାହାକୁ ପୁରଣ କରି ପାରୁଥିବା କମ୍ପାନୀମାନେ କେବଳ ବିଡ ଡାକି ପାରିବେ ।

ଉଲ୍ଲେଖଥାଉ କି, ଚଳିତ ବର୍ଷ ପାଇଁ ଦେଶର ବିତ୍ତଶାଳୀ ଲିଗ୍‌ ଆଇପିଏଲ ୟୁଏଇରେ ଆସନ୍ତା ସେପ୍ଟେମ୍ବର-19ରୁ ନଭେମ୍ବର-10 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ଭାରତ-ଚୀନ ସୀମା ବିବାଦ ପାଇଁ ଚୀନ ମୋବାଇଲ କମ୍ପାନୀ ଭିଭୋକୁ ବିରୋଧ କରାଯିବା ପରେ ଆଇପିଏଲର ଟାଇଟଲ ପ୍ରାୟୋଜକରୁ ଭିଭୋ ଓହରି ଯାଇଛି । ଫଳରେ ବିସିସିଆଇର ନୂଆ ଟେଣ୍ଡର ଅନୁଯାଇ, ଜିଓ, ଡ୍ରିମ ଇଲେଭେନ, ଆମାଜୋନ, ଟାଟା ଗ୍ରୁପ, ବାୟିଜୁ ଓ ପତଞ୍ଜଳି ଭଳି କିଛି ବ୍ରାଣ୍ଡ ଟାଇଟଲ ସ୍ପନସର ପାଇଁ ବିଡ ଭରିଛନ୍ତି ।

ତେବେ 300 କୋଟିରୁ ଅଧିକ ଟଙ୍କାର କାରବାର କରୁଥିବା କମ୍ପାନୀମାନେ ହିଁ ଆଇପିଏଲ୍ 2020ର ଟାଇଟଲ୍ ପ୍ରାୟୋଜକ ପାଇଁ ଟେଣ୍ଡର ଭରି ପାରିବେ । ଏନେଇ ସଚିବ ଜୟ ଶାହା ବିସିସିଆଇର ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ତେବେ ଉକ୍ତ କମ୍ପାନୀର ଅଗଷ୍ଟ 18 2020ରୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ଆଇପିଏଲ ସହ ଚୁକ୍ତି ରହିବ ବୋଲି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ତେବେ ଆଇପିଏଲର ଟାଇଟଲ ପ୍ରାୟଜୋକ ଆଗାମୀ 18 ତାରିଖ ସୁଦ୍ଧା ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ଆଇପିଏଲ ବସ୍‌ । ବିଭିନ୍ନ କମ୍ପାନୀମାନଙ୍କୁ ବିଡ ଭରିବା ପାଇଁ 7 ଦିନ ସମୟ ଦିଆଯାଇଛି, ଏହା ପରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବ୍ରିଜେସ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.