ETV Bharat / sports

ଜାତୀୟ ଚୟନକର୍ତ୍ତା ପଦ ପାଇଁ ବିସିସିଆଇ କଲା ଆବେଦନ ଆହ୍ବାନ - ବିସିସିଆଇ କଲା ଆବେଦନ ଆହ୍ବାନ

ବିସିସିଆଇରେ ଖାଲି ହେବ 3 ଜାତୀୟ ଚୟନକର୍ତ୍ତା ପଦ । ଆବେଦନ ଆହ୍ବାନ କଲା ବିସିସିଆଇ । ଅଧିକ ପଢ଼ନ୍ତୁ...

BCCI invites application, application for post of three national selectors, national selectors post, BCCI invites application for national selectors post, 3 ଜାତୀୟ ଚୟନକର୍ତ୍ତା ପଦ, ବିସିସିଆଇ କଲା ଆବେଦନ ଆହ୍ବାନ, ବିସିସିଆଇ
ଜାତୀୟ ଚୟନକର୍ତ୍ତା ପଦ ପାଇଁ ବିସିସିଆଇ କଲା ଆବେଦନ ଆହ୍ବାନ
author img

By

Published : Nov 10, 2020, 8:03 PM IST

ଦୁବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) 3ଟି ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଆବେଦନ ଆହ୍ବାନ କରିଛି । ସରନଦୀପ ସିଂହ, ଦେବଙ୍ଗ ଗାନ୍ଧୀ ଓ ଜତିନ ପରାଞ୍ଜପେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଆବେଦନ ଆହ୍ବାନ କରାଯାଇଛି । ସୁନୀଲ ଜୋଶୀଙ୍କ ନେତୃତ୍ବରେ ନୂତନ ଚୟନକର୍ତ୍ତା କାର୍ଯ୍ୟ କରିବେ । ଅନ୍ୟ ଜଣେ ଚୟନକର୍ତ୍ତା ହେଉଛନ୍ତି ହରୱିନ୍ଦର ସିଂହ ।

ଜୋଶୀ ଓ ହରୱିନ୍ଦର ମଦନ ଲାଲଙ୍କ ନେତୃତ୍ବରେ ଥିବା କ୍ରିକେଟ ଆଡଭାଇଜରୀ କମିଟି ଦ୍ବାରା ନିଯୁକ୍ତ ହୋଇଥିଲେ । ମାର୍ଚ୍ଚ ମାସରେ ଉଭୟ ଏମଏସକେ ପ୍ରସାଦ ଓ ଗଗନ ଖୋଡାଙ୍କ ସ୍ଥାନରେ ପ୍ୟାନେଲରେ ନିଯୁକ୍ତି ପାଇଛନ୍ତି ।

ଚୟନକର୍ତ୍ତା ପଦ ପାଇଁ ଆବେଦନ କରିବାକୁ ହେଲେ ଆବଦନକାରୀ ଅନ୍ତନଃ 7ଟି ଟେଷ୍ଟ ଅବା 30ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିବା ଦରକାର କିମ୍ବା 10ଟି ଦିନିକିଆ ଓ 20ଟି ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ ମଧ୍ୟ ଆବେଦନ କରି ପାରିବେ । 5 ବର୍ଷ ପୂର୍ବରୁ ଆବେଦନକାରୀ ଖେଳରୁ ଅବସର ନେଇଥିବା ଆବଶ୍ୟକ । ଆବଦନ କରିବା ପାଇଁ ବୟସ ସୀମା 60 ବର୍ଷ ରହିଛି ।

ଆବେଦନ ଦାଖଲ କରିବାର ଶେଷ ତାରିଖ ନଭେମ୍ବର 15 ତାରିଖ ରହିଛି ।

କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରନଦୀପ, ଦେବଙ୍ଗ ଓ ଜତିନ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଥିବା ଭାରତୀୟ ଟିମର ଚୟନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.