ମୁମ୍ବାଇ: ବିସିସିଆଇ ସିଇଓ ପଦ ଛାଡିଲେ ରାହୁଲ ଜୋହରୀ । ପୂର୍ବରୁ ଇମେଲ ଯୋଗେଁ ତାଙ୍କୁ ପଦ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ବିସିସିଆଇ ପକ୍ଷରୁ ଜୋହରୀଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଛି ।
2016ରେ ବିଶ୍ବର ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇର ସିଇଓ ଭାବେ ଯୋଗ ଦେଇଥିଲେ ରାହୁଲ ଜୋହରୀ । ପରେ ସୁପ୍ରିମକୋର୍ଟ ପକ୍ଷରୁ ପ୍ରଶାସକ କମିଟି(COA) ନିଯୁକ୍ତ କରାଯାଇଥିଲା । ଏହି କମିଟି ପରେ ସୌରଭ ଗାଙ୍ଗୁଲିଙ୍କୁ ବିସିସିଆଇର ସଭାପତି ଭାବେ ଚୟନ କରିଥିଲା ।
2021 ପର୍ଯ୍ୟନ୍ତ ଜୋହରୀଙ୍କୁ ପଦରେ ରହିବାକୁ କୁହାଯାଇଥିଲା । ତେବେ ବିସିସିଆଇ ପକ୍ଷରୁ ହଠାତ ସିଇଓଙ୍କ ଇସ୍ତଫା ପତ୍ର ଗ୍ରହଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।