ETV Bharat / sports

ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କୁ ଇମେଲ ଦ୍ବାରା ପଦ ଛାଡିବାକୁ ନିର୍ଦ୍ଦେଶ - ବିସିସିଆଇ ସିଏଓ ରାହୁଲ ଜୋହରୀ

ଦଳ ପ୍ରାୟୋଜକ ସମ୍ପର୍କରେ ଟେଣ୍ଡରର ଲିକ୍ ଘଟଣା ଆଧାରରେ ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କୁ ମେଲ ଦ୍ବାରା ପଦରୁ ନିବୃତ ହେବାକୁ କହିଛନ୍ତି ଅଫିସ ଧାରକ । ଅଧିକ ପଢ଼ନ୍ତୁ...

BCCI CEO, Rahul Johri asked to leave via mail, ବିସିସିଆଇ ସିଏଓ ରାହୁଲ ଜୋହରୀ, ରାହୁଲ ଜୋହରୀଙ୍କୁ ପଦ ଛାଡିବାକୁ ନିର୍ଦ୍ଦେଶ
ବିସିସିଆଇ ସିଏଓ ରାହୁଲ ଜୋହରୀଙ୍କୁ ମେଲ ଦ୍ବାରା ପଦ ଛାଡିବାକୁ ନିର୍ଦ୍ଦେଶ
author img

By

Published : Jul 10, 2020, 1:53 AM IST

Updated : Jul 10, 2020, 2:42 PM IST

ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ) ସିଇଓ ରାହୁଲ ଜୋହରୀଙ୍କୁ ମେଲ ଛାଡିବାକୁ କୁହାଯାଇଛି। ଜୋହରୀ ପୂର୍ବରୁ ଇସ୍ତଫା ଦେଇଥିଲେ କିନ୍ତୁ ତାଙ୍କୁ କାର୍ଯ୍ୟ ଯାରି ରଖିବାକୁ କୁହାଯାଇଥିଲା । କିନ୍ତୁ ଦଳ ପ୍ରାୟୋଜକ ସମ୍ପର୍କରେ ଟେଣ୍ଡରର ଲିକ୍ ହେବାପରେ ବର୍ତ୍ତମାନର ଅଫିସ ଧାରକମାନେ ତାଙ୍କୁ ଯିବାକୁ କହିବାର ଏକ ପ୍ରମୁଖ କାରଣ ପରି ଦେଖାଯାଉଛି।

IANS ସହିତ କଥାବାର୍ତ୍ତା କରି ଜଣେ ବୋର୍ଡ ଅଧିକାରୀ କହିଛନ୍ତି ଯେ ଗୋପନୀୟ ଆର୍ଥିକ ସୂଚନା ଲିକ୍ ଏକ ଅପରାଧ ପରି ଥିଲା କାରଣ ବର୍ତ୍ତମାନର ବ୍ୟବସ୍ଥା ଏହାର କାର୍ଯ୍ୟରେ ସର୍ବାଧିକ ସ୍ବଚ୍ଛତା ଉପରେ ବିଶ୍ବାସ କରେ।

‘‘ଇମେଲ ମାଧ୍ୟମରେ ତାଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି। ସେ ପୂର୍ବରୁ ଇସ୍ତଫା ଦେଇଛନ୍ତି କିନ୍ତୁ ତାଙ୍କୁ ଅନ୍ତରଣୀ ଭାବେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଥିଲା। ତଥାପି ପ୍ରସ୍ତୁତ ହେଉଥିବା ଏକ ବିଡର ଗୋପନୀୟ ଆର୍ଥିକ ସୂଚନା ଲିକ ଏହି ନିଷ୍ପତ୍ତିକୁ ତ୍ବରାନ୍ବିତ କରିଛି। କୌଣସି ସଂସ୍ଥାରେ ଯେତେବେଳେ ବିଡ ହୁଏ ସର୍ବୋଚ୍ଚ ସ୍ତରର ଗୋପନୀୟତା ଆଶା କରାଯାଏ,’’ ବୋଲି ଅଧିକାରୀ କହିଛନ୍ତି।

‘‘ଏହା କଳଙ୍କିତ ବୋଲି ବିବେଚନା କରାଯାଉଥିଲା ଏବଂ ବିଡରେ ଆପୋଷ ବୁଝାମଣା କରିବାର ସାମର୍ଥ୍ୟ ରହିଥିଲା। ଆର୍ଥିକ ପ୍ରସଙ୍ଗ ଯଦି ଆପଣ ଗୋପନୀୟ ରଖିପାରିବେ ନାହିଁ ତେବେ ଏହା ଏକ ଗୁରୁତର ଅପରାଧ ଯାହାର କ୍ଷମା ନାହିଁ ଖାସ କରି ନୂତନ ବିସିସିଆଇରେ ।’’

‘‘ବୋଧହୁଏ ତାଙ୍କର ଟିକିଏ ଅତ୍ୟଧିକ ଆତ୍ମବିଶ୍ବାସ ଥିଲା। ତାଙ୍କର ପୂର୍ବ ଆଚରଣ ସତ୍ତ୍ବେ ସେ ବଞ୍ଚିବାରେ ସକ୍ଷମ ହୋଇଥିଲେ ଏବଂ ତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗର ତଦନ୍ତ ହୋଇଥିଲା। ଯାହାର ରିପୋର୍ଟ ଅଭିଯୋଗକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ନଥିଲା ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ଜଣାପଡିଛି । ତଥାପି, ତାଙ୍କୁ ଜେଣ୍ଡର ସେନ୍ସିଟାଇଜେସନ କରିବାକୁ କୁହାଯାଇଥିଲା।’’

‘‘ଆମେ ଅନୁଭବ କଲୁ ଯେ ଜଣେ ସିଇଓ ଯିଏ ଏହି ଦଣ୍ଡ ଭୋଗିଛନ୍ତି ସେ ଏହି ପଦ ପାଇଁ ଉପଯୁକ୍ତ ନୁହଁନ୍ତି । ସିଇଓ ଭାବରେ ତାଙ୍କୁ ମାର୍କେଟର ଲିଡରଙ୍କୁ ଭେଟିବାକୁ ପଡିବ। ସେ ନିଶ୍ଚିତ ଭାବରେ ସେହି ଲୋକ ନୁହଁନ୍ତି ଯିଏ କ୍ରିକେଟ ପୁନଃ ଆରମ୍ଭ ପାଇଁ ଭାରତକୁ ଆଗେଇ ନେବ। ସେ ଯିବାପରେ ବିସିସିଆଇରେ କାର୍ଯ୍ୟ କରୁଥିବା ମହିଳା କ୍ରିକେଟର ଏବଂ ମହିଳାମାନେ ନିଶ୍ଚିତ ଭାବରେ ଆରାମ ଅନୁଭବ କରିବେ,’’ ବୋଲି କାର୍ଯ୍ୟକର୍ତ୍ତା କହିଛନ୍ତି।

ସିଓଏର ପୂର୍ବତନ ସଦସ୍ୟ ଡାଏନା ଏଡୁଲଜୀ କହିଛନ୍ତି ଯେ ଶେଷରେ ନ୍ୟାୟ ହୋଇଛି। ‘‘ମହିଳା କ୍ରିକେଟର ଏବଂ କର୍ମଚାରୀମାନେ ଶାନ୍ତିରେ ନିଶ୍ବାସ ମାରିବେ । କୋଚ୍ ନାମାଙ୍କନ ସମୟରେ ଏହି ସମସ୍ତ ଅନୈତିକ କାର୍ଯ୍ୟ ସତ୍ତ୍ବେ ତାଙ୍କୁ ପୁରସ୍କୃତ କରାଯାଇଥିଲା ଯାହାକୁ ମୁଁ ବିରୋଧ କରିଥିଲି। ବିଳମ୍ବରେ ହେଉ ପଛେ ନ୍ୟାୟ ପ୍ରଦାନ କରାଯାଇଛି।’’

@IANS

Last Updated : Jul 10, 2020, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.