ଲଣ୍ଡନ: ଆହତ ଭୁବିଙ୍କ ଲଣ୍ଡନରେ ସ୍ପୋର୍ଟ୍ସସ ହାର୍ନିଆ ସର୍ଜରୀ ହୋଇଛି । ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ କରିବେ। ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି।
ଏନେଇ ବୋର୍ଡର ସଚିବ ଜୟ ଶାହ କହିଛନ୍ତି ଯେ, ଦ୍ରୁତ ବୋଲର ଭୁବନେଶ୍ବର କୁମାର 9 ଜାନୁଆରୀରେ ଲଣ୍ଡନ ଯାଇଥିଲେ ଓ 11ଜାନୁଆରୀରେ ତାଙ୍କର ହର୍ନିଆର ସଫଳ ଅସ୍ତ୍ରୋପଚାର ହୋଇଛି। ଟିମ ଇଣ୍ଡିଆର ଫିଜିୟୋ ଯୋଗେଶ ପରମାର ତାଙ୍କ ସହ ଲଣ୍ଡନ ଗସ୍ତ କରିଥିଲେ।
ଭୁବି କେବେ ସୁସ୍ଥ ହୋଇ ଫେରିବେ ସେ ସମ୍ପର୍କରେ କିଛି ଜଣାଇନାହିଁ ବିସିସିଆଇ। ଆଶା କରାଯାଉଛି ଆଇପିଏଲ ଆରମ୍ଭ ପୂର୍ବରୁ ସୁସ୍ଥ ହୋଇ ଫେରିବେ ଭୁବନେଶ୍ବର କୁମାର।