ETV Bharat / sports

ବିଜୟୀ ଭାରତ ପାଇଁ ବିସିସିଆଇର 5 କୋଟି ବୋନସ

author img

By

Published : Jan 19, 2021, 3:40 PM IST

ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟ ସହ ଐତିହାସିକ ବର୍ଡର-ଗାଭାସ୍କର ଟ୍ରଫି ହାତେଇବା ପରେ, 5 କୋଟି ବୋନସ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । ଅଧିକ ପଢନ୍ତୁ...

BCCI announces Rs 5 crore bonus for triumphant Indian team
ବିଜୟୀ ଭାରତ ପାଇଁ ବିସିସିଆଇର ବୋନସ 5 କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟ ସହ ଐତିହାସିକ ବର୍ଡର-ଗାଭାସ୍କର ଟ୍ରଫି ହାତେଇବା ପରେ, 5 କୋଟି ବୋନସ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ବ୍ରିସବେନରେ ଖେଳାଯାଇଥିବା 4ର୍ଥ ତଥା ଶେଷ ଟେଷ୍ଟକୁ 3 ୱିକେଟରେ ଜିତିବା ସହ 2-1ରେ ସିରିଜ ବିଜେତା ହୋଇଛି ଭାରତୀୟ ଟିମ୍ ।

ଶେଷ ଟେଷ୍ଟରେ ଭାରତ 328 ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିବା ସହ ବ୍ରିସବେନର ଗାବାରେ ଅଷ୍ଟ୍ରେଲିଆର 32 ବର୍ଷର ଅପରାଜେୟ ରେକର୍ଡକୁ ଭଙ୍ଗ କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ବିଜୟର କିଛି ମିନିଟ ମଧ୍ୟରେ ବୋର୍ଡ 5 କୋଟି ବୋନସ କରୁଥିବା ନେଇ ଟ୍ବିଟ ଯୋଗେଁ ଘୋଷଣା କରିଥିଲେ ।

  • The @BCCI has announced INR 5 Crore as team bonus. These are special moments for India Cricket. An outstanding display of character and skill #TeamIndia #AUSvIND #Gabba

    — Jay Shah (@JayShah) January 19, 2021 " class="align-text-top noRightClick twitterSection" data=" ">

ଟିମ ଇଣ୍ଡିଆ ଉଦ୍ଦେଶ୍ୟରେ ଟ୍ବିଟରେ ଗାଙ୍ଗୁଲି ଲେଖିଛନ୍ତି, "ଅନ୍ୟତମ ସ୍ମରଣୀୟ ବିଜୟ...ଅଷ୍ଟ୍ରେଲିଆରେ ଯାଇ ଏପରି ଭାବରେ ଟେଷ୍ଟ ସିରିଜ ଜିତିବା...ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଟିମ ପାଇଁ ବିସିସିଆଇ 5 କୋଟି ଟଙ୍କା ବୋନସ ଘୋଷଣା କରୁଛି । ଏହି ବିଜୟର ମୂଲ୍ୟ କୌଣସି ସଂଖ୍ୟାରେ ଆକଳନ କରିବା ଅସମ୍ଭବ...ଗସ୍ତରେ ଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ।"

  • Just a remarkable win...To go to Australia and win a test series in this way ..will be remembered in the history of indian cricket forever ..Bcci announces a 5 cr bonus for the team ..The value of this win is beyond any number ..well done to every member of the touring party..

    — Sourav Ganguly (@SGanguly99) January 19, 2021 " class="align-text-top noRightClick twitterSection" data=" ">

"ବିସିସିଆଇ ଭାରତୀୟ ଟଙ୍କା 5 କୋଟି ଟିମ ପାଇଁ ବୋନସ ଭାବେ ଘୋଷଣା କରୁଛି । ଏହା ଭାରତୀୟ କ୍ରିକେଟ ପାଇଁ ସ୍ବତନ୍ତ୍ର ମୂହୂର୍ତ୍ତ । ଚରିତ୍ର ଓ କୌଶଳର ସୁନ୍ଦର ନିଦର୍ଶନ । " ଟ୍ବିଟରେ ଏହା କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.