କଟକ: ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡ଼ିଆଙ୍କୁ ମିଳିଲା ଗୁରୁଦାୟିତ୍ବ । ଦୁଇ ଓଡ଼ିଆ କ୍ରିକେଟର ସଞ୍ଜୟ ରାଉଳ ଓ ପ୍ରଶାନ୍ତ ମହାପାତ୍ରଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫିରେ ମ୍ୟାଚ ରେଫରି ଦାୟିତ୍ବ ମିଳିଛି ।
ଭାରତର ଘରୋଇ କ୍ରିକେଟ ଟି20 ରେ ଦୁଇ ଓଡିଆ ରେଫରି ଦାୟିତ୍ବ ମିଳିଛି । ସିନିୟର ବିସିସିଆଇ ପ୍ୟାନେଲ ଅମ୍ପାୟାର ସୁବ୍ରତ ଦାସ ମଧ୍ୟ ସୟଦ ମୁସ୍ତାକ ଅଲି ଟ୍ରଫିରେ ନଜର ଆସିବେ । ତେବେ ଏହି 3 ଓଡ଼ିଆଙ୍କ ବିସିସିଆଇ ଗୁରୁଦାୟିତ୍ବ ଦେଇଥିବାରୁ ଓସିଏ ବିସିସିଆଇକୁ ଦେଇଛି ଧନ୍ୟବାଦ । ତେବେ ମୁସ୍ତାକ ଅଲି ଟ୍ରଫି ଚଳିତ ମାସ 10 ତାରିଖରୁ କୋଲକାତାରେ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ଘରୋଇ ବେଙ୍ଗଲକୁ ଭେଟିବ ଓଡିଶା ।
କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ