ETV Bharat / sports

ବିଗବାସ ଲିଗ-10: ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ ସମୟ ସୂଚୀ ଘୋଷଣା

author img

By

Published : Jul 17, 2020, 4:57 PM IST

ଡିସେମ୍ବର 3ରେ ଘରୋଇ ଟି-20 ପ୍ରତିଯୋଗିତା ଆରମ୍ଭ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଘୋଷଣା ।

BBL 10 schedule announced, coincides with India-Australia Brisbane Test
ବିଗବାସ ଲିଗର 10ମ ସଂସ୍କରଣ ସମୟ ସୂଚୀ ଘୋଷଣା

ମେଲବୋର୍ଣ୍ଣ: ଡିସେମ୍ବର 3ରେ ଘରୋଇ ଟି-20 ପ୍ରତିଯୋଗିତା ଆରମ୍ଭ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଘୋଷଣା । ତେବେ ସମାନ ଦିନ ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ସୂଚୀ ମଧ୍ୟ ରହିଛି । ଫେବୃଆରୀ 6ରେ ଅଷ୍ଟ୍ରେଲିଆର ବିଗ ବାସ ଲିଗ ଶେଷ ହେବାନେଇ ସୂଚୀ ରହିଛି । ମାତ୍ର ଏହା ଦେଶର କୋରୋନା ଭାଇରସ ସ୍ଥିତି ଉପରେ ନିର୍ଭର କରୁଛି ।

ମହିଳା ବିଗ ବାସ ଲିଗ ଅକ୍ଟୋବର 17 ଓ 18ରୁ ଆରମ୍ଭ ହେବ । ପର୍ଥ ଓ ବ୍ରିସବେନର ଆଲାନ ବର୍ଡର ଫିଲ୍ଡରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ହୋବାର୍ଟ ଓ ଆଡିଲେଡରେ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ ଆୟୋଜନ ହେବ । ଏହି ମେଗା ଟୁର୍ଣ୍ଣାମେଣ୍ଟ ନଭେମ୍ବର 22ରେ ଶେଷ ହେବା ନେଇ ସୂଚୀ ରହିଛି ।

ତେବେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଖେଳାଯିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଆଇସିସି ଟି-20 ବିଶ୍ବକପର ଚିତ୍ର ଏବେବି ଅସ୍ପଷ୍ଟ ରହିଛି । ମହାମାରୀ କୋରୋନା ଭାଇରସ ଯୋଗୁଁ ଗତ ମାର୍ଚ୍ଚ ମାସରୁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଥିଲା । ତେବେ ଇଂଲଣ୍ଡରେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚର ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.