ETV Bharat / sports

ଆଇପିଏଲ 2020 ଏଲିମିନେଟର: କ୍ବାଲିଫାୟର 2ରେ ଟିକେଟ ବୁକ ପାଇଁ ଲଢିବେ ଆରସିବି -ହାଇଦ୍ରାବାଦ

author img

By

Published : Nov 6, 2020, 7:52 PM IST

ଆଇପିଏଲ 13ର ଏଲିମିନେଟରେ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ । ଏହି ମୁକାବିଲାରେ ଯେଉଁ ଦଳ ହାରିବ , ସେହି ଦଳର ଏହା ଅନ୍ତିମ ମ୍ୟାଚ ରହିବ । ଆଉ ଯେଉଁ ଦଳ ଜିତିବ, ସେହିଦଳ କ୍ବାଲିଫାୟର2ରେ ପ୍ରଥମ କ୍ବାଲିଫାୟରରେ ପରାଜିତ ଦଳ ସହ ମୁହାଁମୁହିଁ ହେବ ।

ଆଇପିଏଲ 2020 ଏଲିମିନେଟର : କ୍ବାଲିଫାୟର2ରେ ଟିକେଟ ବୁକ ପାଇଁ ଲଢିବେ ଆରସିବି -ହାଇଦ୍ରାବାଦ

ଆବୁଧାବି: ଆଇପିଏଲ 13ର ଏଲିମିନେଟର ମୁକାବିଲା ଆଜି ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏହି ମୁକାବିଲାରେ ଯେଉଁ ଦଳ ହାରିବ , ସେହି ଦଳର ଏହା ଅନ୍ତିମ ମ୍ୟାଚ ରହିବ । ଆଉ ଯେଉଁ ଦଳ ଜିତିବ, ସେହିଦଳ କ୍ବାଲିଫାୟର2ରେ ପ୍ରଥମ କ୍ବାଲିଫାୟରରେ ପରାଜିତ ଦଳ ସହ ମୁହାଁମୁହିଁ ହେବ । ତେବେ ଓ୍ବାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଦଳ ଓ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ମଧ୍ୟରେ ଦର୍ଶକ ଦେଖିବାକୁ ପାଇବେ କଡା ମୁକାବିଲା ।

ବାଙ୍ଗାଲୋର ତା'ର ଅନ୍ତିମ ଲିଗ୍‌ ମ୍ୟାଚରେ ପରାସ୍ତ ହୋଇଥିବାବେଳେ ହାଇଦ୍ରାବାଦ ମୁମ୍ବାଇ ପରି ମଜବୁତ୍‌ ଦଳକୁ 10ଓ୍ବିକେଟରେ ମାତ୍‌ ଦେଇଛି । ତେବେ ମୁମ୍ବାଇକୁ ପରାସ୍ତ କରିବା ପରେ ଓ୍ବାର୍ଣ୍ଣରଙ୍କ ଟିମ ଫୁଲ୍‌ ଜୋସ୍‌ରେ ରହିଛି । ଲିଗ୍‌ ମ୍ୟାଚରେ ଉଭୟ 2ଥର ମୁହାଁମୁହିଁ ହୋଇଥିଲେ ଓ 2ଦଳ ଥରେ ଥରେ ବିଜୟ ହାସଲ କରିଛନ୍ତି ।

ହାଇଦ୍ରାବାଦର ବୋଲିଂ ବିଭାଗରେ ସନ୍ଦିପ ଶର୍ମା, ହୋଲ୍ଡର ଓ ଟି ନଟରାଜନ ଫର୍ମରେ ରହିଛନ୍ତି । ଭୁବନେଶ୍ବର କୁମାରଙ୍କ ଅନୁପସ୍ଥିତିକୁ ପୂରଣ କରିଛନ୍ତି । ଆଜିର ମ୍ୟାଚରେ ନଜର ରହିବ ଆରସିବିର ଅଧିନାୟକ ବିରାଟ କୋହଲି, ଏବି ଡେଭିଲିୟର୍ସ ଓ ଦେବଦତ୍ତଙ୍କୁ କେତେ ଶୀଘ୍ର ଆଉଟ କରୁଛନ୍ତି । ରସିଦ ଖାନ କୌଣସି ବି ବ୍ୟାଟ୍ସମ୍ୟାନକୁ ଆଉଟ କରିବାରେ ଦମ୍‌ ରଖିଛନ୍ତି ।

ଆରସିବି ବୋଲରଙ୍କ ମଧ୍ୟରେ ସାଇନି, ୱାଶିଂଟନ୍ ସୁନ୍ଦର, ୟୁଜିବେନ୍ଦ୍ର ଚହଲ ଭଲ ଫର୍ମରେ ଅଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦର ଲିଗ୍‌ ରୁ ଏଲିମିନେଟର ଯାଏଁ ଯାତ୍ରାକୁ ଦେଖିଲେ, ପ୍ରଥମ 2ଟି ମୁକାବିଲାରେ ହାଇଦ୍ରାବାଦକୁ ପରାଜୟର ସମ୍ନା କରିବାକୁ ପଡିଥିଲା । ଏହାପରେ 4ଟି ମୁକାବିଲାରୁ 3ଟି ମ୍ୟାଚରେ ଦମ୍‌ଦାର ପ୍ରଦର୍ଶନ କରି ଫର୍ମକୁ ଫେରିଥିଲା ଓ୍ବାର୍ଣ୍ଣରଙ୍କ ସନରାଇଜର୍ସ । ଏହାପରେ ପୁଣି ଟିମକୁ କ୍ରମାଗତ 3ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଦଳ ପୁଣି ନିଜର ଦମ୍‌ ଦେଖାଇ 5ଟି ମ୍ୟାଚରୁ 4ଟିରେ ବିଜୟ ହାସଲ କରିଥିଲା ଓ ପଏଣ୍ଟ ଟେବୁଲର 3ୟ ସ୍ଥାନ ଅକ୍ତିଆର କରିଥିଲା । ଫଳରେ ଏଲିମେଟରରେ ନିଜ ସ୍ଥାନ ପକ୍କା କରି ଚଳିତ ସିଜନର ଶକ୍ତ ଟିମ ଭାବେ ପରିଚୟ ସୃଷ୍ଟି କରିଛି । ତେବେ ଓ୍ବାର୍ଣ୍ଣରଙ୍କ ଘାତକ ବୋଲର ଆଜି ଚାହିଁବେ କୋହଲି ଓ ଡେଭିଲିୟର୍ସଙ୍କୁ ଶୀଘ୍ର ଆଉଟ କରି କ୍ବାଲିଫାୟର 2 ପାଇଁ ଟିକେଟ ବୁକ୍‌ କରିବାକୁ ।

ଅନ୍ୟପଟେ କୋହଲିଙ୍କ ଆରିସିବି ଟିମର ଯାତ୍ରା ଉପରେ ନଜର ପକାଇଲେ, ଟିମ ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ ଭେଟିଥିଲା ଓ ବିଜୟ ହାସଲ କରିଥିଲା । ଏହାପରେ 2ୟ ମ୍ୟାଚରେ ବାଙ୍ଗାଲୋରକୁ ପଞ୍ଜାବ ମାତ୍‌ ଦେଇଥିଲା । କିନ୍ତୁ 3ୟ ମ୍ୟାଚରେ 4ଥରର ଚମ୍ପିଆନ ମୁମ୍ବାଇକୁ ସୁପରଓଭରରେ ହରାଇ ସମସ୍ତଙ୍କୁ ଚକିତ କରିଥିଲା ଆରସିବି । ଏହାପରେ 4ଟି ମ୍ୟାଚରୁ 3ଟି ମ୍ୟାଚରେ ବିଜୟ ହାସଲ କରିଥିଲା ଦଳ । ତାପରେ ଆଗାମୀ 3ଟି ମ୍ୟାଚରୁ 2ଟିରେ ବିଜୟ ହାସଲ କରିଥିଲା ବିରାଟବାହିନୀ । କିନ୍ତୁ ପ୍ଲେଅଫ୍‌ରେ ପହଞ୍ଚିବା ପୂର୍ବରୁ ଟିମକୁ କ୍ରମାଗତ 4ଟି ପରାଜୟର ସମ୍ନା କରିବାକୁ ପଡିଲା । ଫଳରେ ଟିମକୁ ପ୍ଲେଅଫ୍‌ରେ ସ୍ଥାନ ମିଳିବ କି ନାହିଁ ଅନିଶ୍ଚିତା ଲାଗି ରହିଥିଲା । ସେ ଯାହା ବି ହେଉ ଏବେ ବିରାଟବାହିନୀକୁ ଏଲିମେଟରରେ ସ୍ଥାନ ମିଳିଛି । ଟିମର ଚେଷ୍ଟା ରହିବ ହାଇଦ୍ରାବାଦକୁ ମାତ୍‌ ଦେଇ କ୍ବାଲିଫାୟର 2ରେ ପ୍ରବେଶ କରିବାକୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.