ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ: ଶ୍ରେଷ୍ଠ ଅଲରାଉଣ୍ଡର ସ୍ଥାନ ପାଇଁ ହୋଲ୍ଡର-ଷ୍ଟୋକ୍ସ ଲଢେଇ - ବେନ ଷ୍ଟୋକ୍ସ ଓ ଜେସନ ହୋଲ୍ଡର

ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବୁଧବାର (ଜୁଲାଇ 8)ଠାରୁ ଆରମ୍ଭ ହେବ । ବେନ ଷ୍ଟୋକ୍ସ ଓ ଜେସନ ହୋଲ୍ଡର ମଧ୍ୟରେ ଶ୍ରେଷ୍ଠ ଅଲରାଉଣ୍ଡର ସ୍ଥାନ ପାଇଁ ଲଢେଇ ହେବ ।

Battle of all-rounders as England-Windies series inches clser
ଇଂଲଣ୍ଡ ବନାମ ଇଣ୍ଡିଜ: ଶ୍ରେଷ୍ଠ ଅଲରାଉଣ୍ଡର ସ୍ଥାନ ପାଇଁ ହୋଲ୍ଡର-ଷ୍ଟୋକ୍ସ ଲଢେ
author img

By

Published : Jul 6, 2020, 7:48 PM IST

ସାଉଥାମ୍ପଷ୍ଟନ: ଆଉ ମାତ୍ର ଗୋଟିଏ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବାକୁ ଯାଉଛି । ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବୁଧବାର (ଜୁଲାଇ 8) ଠାରୁ ଆରମ୍ଭ ହେବ । ତେବେ ଏହି ମ୍ୟାଚରେ ଦୁଇ ଟିମର କ୍ୟାପେଟନ ବେନ ଷ୍ଟୋକ୍ସ ଓ ଜେସନ ହୋଲ୍ଡର ମଧ୍ୟରେ ଶ୍ରେଷ୍ଠ ଅଲରାଉଣ୍ଡର ସ୍ଥାନ ପାଇଁ ଲଢେଇ ହେବ ।

ଇଂଲଣ୍ଡର ନିୟମିତ କ୍ୟାପଟେନ ଜୋ ରୁଟଙ୍କ ଅନୁପସ୍ଥିତିରେ ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର କ୍ୟାପଟେନ ଦାୟିତ୍ବ ମିଳିଛି । ଫଳରେ ଷ୍ଟୋକ୍ସ ଇଂଲଣ୍ଡର 81ତମ ଟେଷ୍ଟ କ୍ୟାପଟେନ ହେବାକୁ ଯାଉଛନ୍ତି ।

ସାର ଗ୍ୟାରୀ ସୋବର୍ସଙ୍କ ପରେ ଜେସନ ହୋଲ୍ଡର ଦ୍ବିତୀୟ ୱେଷ୍ଟଇଣ୍ଡିଜ ଖେଳାଳି ଭାବେ ଆଇସିସି ନଂ1 ଟେଷ୍ଟ ଅଲରାଉଣ୍ଡର ସ୍ଥାନରେ ରହିଛନ୍ତି । ଜାନୁଆରୀ 2019ରୁ 28 ବର୍ଷିୟ ହୋଲ୍ଡର 473 ପଏଣ୍ଟ ସହ ଅଲରାଉଣ୍ଡର ତାଲିକା ଶୀର୍ଷରେ ରହିଛନ୍ତି । ଅନ୍ୟପଟେ 407 ପଏଣ୍ଟ ସହ ଷ୍ଟୋକ୍ସ ଆଇସିସି ଟେଷ୍ଟ ଅଲରାଉଣ୍ଡର ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ଖେଳାଳି ଭାବେ ଆଣ୍ଡ୍ରି ଫ୍ଳିଣ୍ଟଫ ମେ 2006ରେ ଶେଷ ଥର ପାଇଁ ଆଇସିସି ଟେଷ୍ଟ ଅଲରାଉଣ୍ଡର ତାଲିକାର ଶୀର୍ଷରେ ରହିଥିଲେ ।

ଅନ୍ୟପଟେ ହୋଲ୍ଡର ବ୍ୟାଟ୍ସମ୍ୟାନ ତାଲିକାର 35 ତମ ସ୍ଥାନରେ ରହିଥିବାବଳେ, ଷ୍ଟୋକ୍ସ 10ମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.