ETV Bharat / sports

ବାରବାଟୀ କାଉଣ୍ଟଡାଉନ, କାଲିଠୁ ଅନଲାଇନ ଟିକେଟ୍ - barabati match

ଆସନ୍ତାକାଲି(ଗୁରୁବାର) ଠାରୁ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବୁକିଂ ହେବ । ଓସିଏ ପକ୍ଷରୁ ଟିକେଟ୍‌ର ଦାମ ସ୍ଥିର କରାଯାଇଛି ।

ବାରବାଟୀ ଦିନିକିଆ
କାଲି ଠୁ ମିଳିବ ଅନଲାଇନ ଟିକେଟ୍
author img

By

Published : Dec 4, 2019, 5:28 PM IST

କଟକ: ପାଖେଇ ଆସୁଛି ବାରବାଟୀ ଦିନିକିଆ । ଆସନ୍ତା 22ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ । ଏଥିପାଇଁ ଆସନ୍ତା 5 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅନଲାଇନ ଟିକେଟ୍ ବିକ୍ରି । ଅନଲାଇନ ଟିକେଟ୍ ବିକ୍ରି ଆସନ୍ତା 5 ତାରିଖରୁ ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

କାଲି ଠୁ ମିଳିବ ଅନଲାଇନ ଟିକେଟ୍

www.insider.in ଓ www.paytm.com ଏହି 2ଟି ୱେବ ସାଇଟରେ ଅନଲାଇନ ଟିକେଟ୍ ବୁକ କରିହେବ । ତେବେ ଓସିଏ ପକ୍ଷରୁ ଟିକେଟ୍ ଦାମ ସ୍ଥିର କରାଯାଇଛି । ଗ୍ୟାଲେରି ନମ୍ବର 2 ଓ 4 ପାଇଁ ଟିକେଟ୍ ଦାମ 5ଶହ ଟଙ୍କା ରହିଥିବା ବେଳେ 6 ନମ୍ବର ଗ୍ୟାଲେରୀ ପାଇଁ 4ଶହ ଟଙ୍କା ଦାମ ରହିଛି ।

ସେହିପରି ସ୍ପେଶାଲ ଏନକ୍ଲୋଜର ଟିକେଟ୍ ଦାମ 3 ହଜାର ରହିଥିବା ବେଳେ ନ୍ୟୁ ପ୍ୟାଭିଲିୟନର ଓ ଏସି ବକ୍ସ ଗ୍ୟାଲେରିର ଟିକେଟ୍ ରହିଛି 5ହଜାର ଟଙ୍କା । ତେବେ ମ୍ୟାଚ ତାରିଖ ପାଖେଇ ଆସୁଥିବାରୁ ବାରବାଟୀକୁ ଚକାଚକ୍ କରିବାକୁ ଲାଗି ପଡିଛି ଓସିଏ । ଫ୍ଲଡ଼ ଲାଇଟ କାର୍ଯ୍ୟ ସରିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟାଡିୟମର ପ୍ରତ୍ୟେକ ଦିଗକୁ ଖୁବ ଶୀଘ୍ର ସାରିବା ନେଇ ଲକ୍ଷ୍ୟ ରଖାଯାଇଛି । ଆସନ୍ତା 10 ଦିନ ଭିତରେ ସବୁ କାମ ସରିବା ଏକ ପ୍ରକାର ସ୍ପଷ୍ଟ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ।

ଅନ୍ୟପଟେ ଷ୍ଟାଡିୟମକୁ ଘନ ଘନ ଚେକିଂ କରୁଛି କମିଶନରେଟ ପୋଲିସ । ଲୋକଙ୍କ ସୁରକ୍ଷା ଓ ଖେଳାଳିଙ୍କ ସୁରକ୍ଷା ଦିଗରେ କୌଣସି ତ୍ରୁଟି ରହିବନି ବୋଲି କହିଛନ୍ତି କଟକ ଡିସିପି । ତେବେ ଗତ ମ୍ୟାଚ ସମୟରେ ଟିକେଟ ବୁକିଂ ସମୟରେ ଯେଉଁପରି ଭାବରେ ଟିକେଟ ବ୍ଲାକକୁ ବଡ଼ ଦ୍ଵନ୍ଦ ଉପୁଜିଥିଲା । ତାହା ଚଳିତ ବର୍ଷ ଦୃଶ୍ୟ ହେବନି ବୋଲି କହିଛନ୍ତି ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ପାଖେଇ ଆସୁଛି ବାରବାଟୀ ଦିନିକିଆ । ହାତରେ ଆଉ କମ ସମୟ ଥୁବାରୁ ଯୁଧକାଳୀନ ଭିତ୍ତିରେ ଷ୍ଟାଡିଅମ କୁ ନୂତନ ରୂପ ଦେଉଛି ଓସିଏ । ରାତି ଦିନ ଏକ କରି ହାତରେ ସମୟ ଥାଇ ପ୍ରସ୍ତୁତି କାମ ଶେଷ କରିବା ଲକ୍ଷ ରେ ରହିଛି ଓଡିଶା କ୍ରିକେଟ ଆସୋସିଏସନ । ଏହାସହିତ କାଲିଠୁ ମ୍ୟାଚ ପାଇଁ ଅନଲାଇନ ରେ ବିକ୍ରି ହେବ ଟିକେଟ । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟରେ ବଢୁଛି ଉତଖଣ୍ଟା । ତେବେ କହିବାକୁ ଗଲେ ଏହାରି ଭିତରେ ଷ୍ଟାଡିଅମର ହେଉଛି ନବକଳେବର ।

Body:ଭିଓ୧: ବଦଳୁଛି ବାରଵାଟି ର ଲୁକ । ଗ୍ୟାଲେରୀ ଠୁ ଆରମ୍ଭ କରି ପିଚଓ ଆଉଟ ଫିଲଡ଼ ପର୍ଯ୍ୟନ୍ତ ସବୁ ଦିଗରେ ଚକାଚକ ହେଉଛି ଓସିଏ । ଫ୍ଲଡ଼ ଲାଇଟ କାର୍ଯ୍ୟ ସରିବା ପରେ ଏବେ ଯୁଧକାଳୀନ ଭିତ୍ତିରେ ଷ୍ଟାଡିଅମ ର ପ୍ରତ୍ୟକ ଦିଗକୁ ଖୁବ ଶୀଘ୍ର ସାରିବା ନେଇ ଲକ୍ଷ ରଖିଛି ଓସିଏ । 10 ଦିନ ଭିତରେ ସବୁ କାମ ସରିବା ଏକ ପ୍ରକାର ସ୍ପଷ୍ଟ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପଦକ । ତେବେ ଏହାରିଭିତରେ କାଲିଠୁ ଅନଲାଇନ ଟିକେଟ ମଧ୍ୟ ବିକ୍ରି ହେବ ଯାହାଦ୍ୱାରା ଫ୍ୟାନ୍ସ ମାନେ ସେମାନଙ୍କ ମନ ପସନ୍ଦର ଖେଳାଳି ଙ୍କୁ ଦେଖିପାରିବେ ।ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଷ୍ଟାଡିଅମ ବର୍ତ୍ତମାନ ସୁଧା ନବକଳେବର ଦିଗରେ ବେଶ ଆଗରେ ରହିଛି ।

ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ)

ଭିଓ2: ଅନ୍ୟପଟେ ଷ୍ଟାଡିଅମ କୁ ଘନ ଘନ ଚେକିଂ କରୁଛି କମିଶନରେଟ ପୋଲିସ । ଲୋକଙ୍କ ସୁରକ୍ଷା ଓ ଖେଳାଳିଙ୍କ ସୁରକ୍ଷା ଦିଗରେ କୌଣସି ତ୍ରୁଟି ରହିବନି ବୋଲି କହିଛନ୍ତି କଟକ ଡିସିପି । ତେବେ ଗତ ମ୍ୟାଚ ସମୟରେ ଟିକେଟ ବୁକିଂ ସମୟରେ ଯେଉଁ ପରି ଭାବରେ ଟିକେଟ ବ୍ଲାକ କୁ ବଡ଼ ଦ୍ଵନ୍ଦ ଉପୁଜିଥିଲା । ତାହା ଚଳିତ ବର୍ଷ ଦୃଶ୍ୟ ହେବନି ବୋଲି କହିଛନ୍ତି ଡିସିପି ଅଖିଳେଶ୍ଵର ସିଂହ।

ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି)

Conclusion:ଫାଭିଓ: ତେବେ ମ୍ୟାଚ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । 22 ତାରିଖରେ ହେବ ଭାରତ ଓ ୱେଷ୍ଟେ ଇଣ୍ଡିଜ ମଧ୍ୟରେ ମହା ସମର । ଯାହାକୁ ଦେଖିବା ମାତ୍ରେ ଷ୍ଟାଡିଅମ ରେ ଥିବା ଫ୍ୟାନ୍ସ ହେବେ ମସଗୁଲ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.