ଇନ୍ଦୋର: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ଗୁରୁବାରଠୁ ଆରମ୍ଭ ହେଉଛି। ମଙ୍ଗଳାବାର ଇନ୍ଦୋର ଷ୍ଟାଡିୟମରେ ଲାଗିଥିବା ଲାଇଟ୍ରେ ରାତିବେଳା ଅଭ୍ୟାସ କରିଛ ଟିମ ଇଣ୍ଡିଆ। ଅନ୍ୟପଟେ ପ୍ରଥମ ଟେଷ୍ଟ ପୂର୍ବରୁ ଇନ୍ଦୋର ପହଁଞ୍ଚି ଗଲେଣି ବାଂଲାଦେଶୀ ଫ୍ୟାନ୍ସ । ତେବେ ମ୍ୟାଚକୁ ଉତ୍ସାହିତ ରହିଥିବା ଏହି ବାଂଲାଦେଶୀ ଫ୍ୟାନ୍ସ ସହ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି।
ଆଜି ଉଭୟ ଦଳ ସ୍ଥାନୀୟ ହୋଲକାର ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ଏହି ପ୍ରାକ୍ଟିସ ସେନସକୁ ମଧ୍ୟ ଦେଖିବାକୁ ଆସିଛନ୍ତି ବାଂଲାଦେଶୀ ଫ୍ୟାନ୍ସ । ଟି-20 ସିରିଜରେ ପରାଜୟ ପରେ ତାଙ୍କ ଦଳର ଟେଷ୍ଟ ଉଲ୍ଲେଖନୀୟ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ବାଂଲା ଫ୍ୟାନ୍ସ । ସେମାନେ କହିଛନ୍ତି ଭାରତ ତାଙ୍କର ଘର ପରି ହୋଇଥିବାରୁ ସେମାନେ ନିଜ ଦଳକୁ ସପୋର୍ଟ କରିବାକୁ ଏଠାକୁ ଦୁଇ ଦିନ ଆଗରୁ ଆସିଯାଇଛନ୍ତି।