ETV Bharat / sports

ନାଗପୁର ଟି-20: ଭାରତୀୟ ବୋଲିଂ ଉପରେ ଚାପ ପକାଇବ ବାଂଲାଦେଶ

ଭାରତୀୟ ବୋଲିଂ ଲାଇନ ଅପ୍‌ ଉପରେ ଚାପ ପକାଇବାକୁ ଯୋଜନା ରଖିଛି ଅତିଥି ବାଂଲାଦେଶ । ଏହି ସୂଚନା ଦେଇଛନ୍ତି ବାଂଲା କୋଚ୍‌ ରସେଲ ଡୋମିନଗୋ ।

author img

By

Published : Nov 9, 2019, 11:30 PM IST

ବାଂଲାଦେଶ

ନାଗପୁର: ଘରୋଇ ଟି-20 ସିରିଜ 1-1ରେ ବରାବର । ଆସନ୍ତାକାଲି ନାଗପୁରରେ ନିର୍ଣ୍ଣାୟକ ଲଢେଇ । ଭାରତୀୟ ବୋଲିଂ ଲାଇନ ଅପ୍‌ ଉପରେ ଚାପ ପକାଇବାକୁ ଯୋଜନା ରଖିଛି ଅତିଥି ବାଂଲାଦେଶ । ଏହି ସୂଚନା ଦେଇଛନ୍ତି ବାଂଲା କୋଚ୍‌ ରସେଲ ଡୋମିନଗୋ ।

ବାଂଲାଦେଶ

ଡୋମିନଗୋ କହିଛନ୍ତି, ଭାରତ ପାଖରେ ସର୍ବଶ୍ରେଷ୍ଠ ବୋଲିଂ ଲାଇନ ଅପ ରହିଛି । କିନ୍ତୁ ଯଦି ଆମେ ଆସନ୍ତାକାଲି ପ୍ରଥମରୁ ଭଲ ବ୍ୟାଟିଂର ପ୍ରଦର୍ଶନ କରୁଛୁ, ତେବେ ନିଶ୍ଚିତ ଭାବେ ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି ହେବ ।"

ଉଲ୍ଲେଖଥାଉ କି, ପ୍ରଥମ ମ୍ୟାଚରେ ପଶ୍ଚାତଧାବନ କରି ବାଂଲାଦେଶ ବିଜୟ ପାଇଥିଲା । ମୁସଫିକର ରହିମ ନଟ୍‌ଆଉଟ 60 ରନର ପାଳି ଖେଳିଥିଲେ । ସେହିପରି 2ୟ ମ୍ୟାଚରେ ଭାରତ ପଶ୍ଚାତଧାବନ କରି 8 ୱିକେଟରେ ବିଜୟ ପାଇଥିଲା । ଅନ୍ୟପଟେ ନାଗପୁର ପିଚରେ ୱିକେଟ ଲୋ ରହୁଥିବାରୁ ବ୍ୟାଟ୍ସମ୍ୟାନଙ୍କ ସ୍ବର୍ଗ ପାଲଟିବ ଏହି ପିଚ୍‌ । ସେହିପରି ଭାରତୀୟ ପେସ ଆଟାକକୁ ବି ନେଇ ଚିନ୍ତାରେ କ୍ୟାପଟେନ ରୋହିତ ।

ତେବେ ଭାରତୀୟ ଟିମ୍‌ରେ ଏବେ ଯଶପ୍ରୀତ ବୁମ୍ରା ଓ ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳି ନାହାଁନ୍ତି । ତେଣୁ ଦୀପକ ଚହର ଓ ଖଲୀଲ ଅହମ୍ମଦ ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳୁଛନ୍ତି । ଏହି ଦୁଇ ଖେଳାଳି ଏଯାଏଁ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାଁନ୍ତି ।

Intro:Body:

KAMI

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.