ETV Bharat / sports

ଆଶଙ୍କାରେ ଭାରତ ଗସ୍ତ, ବୋର୍ଡ ବିରୁଦ୍ଧରେ ବାଂଲାଦେଶ କ୍ରିକେଟରଙ୍କ ବିକ୍ଷୋଭ - ଆଶଙ୍କାରେ ଭାରତ ଗସ୍ତ

ଆଶଙ୍କାରେ ଭାରତ-ବାଂଲାଦେଶ ସିରିଜ । 11ଦଫା ଦାବିରେ ନିଜ କ୍ରିକେଟ ବୋର୍ଡ(ବିସିବି) ବିରୁଦ୍ଧରେ ବାଂଲାଦେଶ କ୍ରିକେଟର ବିକ୍ଷୋଭ କରିଛନ୍ତି । ବାଂଲାଦେଶ ଦଳ ଭାରତ ଗସ୍ତରେ ଆସି ନଭେମ୍ବର 3ରୁ ଟି20 ଓ ପରେ ଟେଷ୍ଟ ସିରିଜର ଖେଳିବାର କାର୍ଯ୍ୟସୂଚୀ ରହିଛି ।

ବାଂଲାଦେଶ କ୍ରିକେଟର
author img

By

Published : Oct 21, 2019, 5:31 PM IST

ହାଇଦ୍ରାବାଦ: ଭାରତ-ବାଂଲାଦେଶ ସିରିଜ ନେଇ ଆଶଙ୍କା ଦେଖାଦେଇଛି । ମାତ୍ର ନିଜ କ୍ରିକେଟ ବୋର୍ଡ(ବିସିବି) ବିରୁଦ୍ଧରେ ଧାରଣ ପ୍ରଦର୍ଶନ କରିବା ସହ ବୋର୍ଡକୁ ବିରୋଧ କରିବାର ଖବର ସାମ୍ନାକୁ ଆସିଛି ।

ଏନେଇ ବାଂଲାଦେଶ ଟି20 ଦଳର କ୍ୟାପଟେନ ସାକିବ-ଅଲ-ହସନ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କ୍ରିକେଟ ସହ ଜଡିତ କୌଣସି ପ୍ରକାର କାର୍ଯ୍ୟକ୍ରମରେ ବାଂଲାଦେଶ କ୍ରିକେଟର ଅଂଶଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି । ଏଥିସହିତ ଖେଳାଳୀଙ୍କ 11ଦଫା ଦାବି ବୋର୍ଡ ଗ୍ରହଣ କରିନାହିଁ ବୋଲି ସାକିବ କହିଛନ୍ତି ।

ତେବେ ବିବାଦର ସୁତ୍ରପାତ ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ହିଁ ଆରମ୍ଭ ହୋଇଛି । ବାଂଲାଦେଶ ପ୍ରିମିୟର ଲିଗରେ ଭାଗନେଉଥିବା ପ୍ରତ୍ୟେକ ଟିମ ନିଜ ଚୁଡାନ୍ତ ଏକାଦଶରେ ଜଣେ ଲେଗ-ସ୍ପିନରଙ୍କୁ ଖେଳାଇବାକୁ ବାଧ୍ୟ । ଏମିତି କିଛି ଅଜବ ନିୟମ ଲାଗୁ କରିବାକୁ ବିସିବି ପକ୍ଷରୁ କୁହାଯାଇଥିଲା । ତେବେ ଏହି ନିୟମର ପାଳନ ହୋଇ ନଥିବାରୁ ବିପିଏଲର 2ଟି ଟିମକୁ ବୋର୍ଡ ଦଣ୍ଡିତ କରିଥିଲା । 2ଦଳର କୋଚଙ୍କୁ ନିଲମ୍ବିତ କରିଥିଲା । ଏହି ନିୟମ ବିରୁଦ୍ଧରେ ସମସ୍ତ ପ୍ରଥମଶ୍ରେଣୀ ଓ ଜାତୀୟ କ୍ରିକେଟର ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.