ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କହିଛନ୍ତି ବାଂଲାଦେଶ ପେସର ମହମ୍ମଦ ସାରିଫ । ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି ଏହି ବାଂଲାଦେଶ କ୍ରିକେଟର । 2007ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ସାରିଫ । ତେବେ 20 ବର୍ଷର ଲମ୍ବା ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ପରେ ଅବସର ନେଇଛନ୍ତି ସାରିଫ ।
![Bangadesh pacer Mohammod Sharif retires](https://etvbharatimages.akamaized.net/etvbharat/prod-images/6758023_967_6758023_1586667274616.png)
ମାତ୍ର 17 ବର୍ଷ ବୟସରେ ଜିମ୍ବାୱେ ବିପକ୍ଷରେ ବର୍ଷ 2001ରେ ଡେବ୍ୟୁ କରିଥିଲେ ମହମ୍ମଦ ସାରିଫ । ବାଂଲାଦେଶ ପକ୍ଷରୁ 9ଟି ଦିନିକିଆ ମ୍ୟାଚ ଖେଳି 10 ୱିକେଟ ଅକ୍ତିଆର କରିଛନ୍ତି ସାରିଫ । ତେବେ ଆହତ କାରଣରୁ ତାଙ୍କର କ୍ରିକେଟ କ୍ୟାରିୟର ପ୍ରଭାବିତ ହେବା ସହ, ଜାତୀୟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ ।
-
Former Bangladesh seam bowler Mohammad Sharif has retired from all forms of the game.
— ICC (@ICC) April 11, 2020 " class="align-text-top noRightClick twitterSection" data="
He played 19 international matches between 2001-2007. He finishes with 589 wickets in competitive cricket 👏 pic.twitter.com/Ei5yvfrt7S
">Former Bangladesh seam bowler Mohammad Sharif has retired from all forms of the game.
— ICC (@ICC) April 11, 2020
He played 19 international matches between 2001-2007. He finishes with 589 wickets in competitive cricket 👏 pic.twitter.com/Ei5yvfrt7SFormer Bangladesh seam bowler Mohammad Sharif has retired from all forms of the game.
— ICC (@ICC) April 11, 2020
He played 19 international matches between 2001-2007. He finishes with 589 wickets in competitive cricket 👏 pic.twitter.com/Ei5yvfrt7S
ବର୍ଷ 2001-2007 ମଧ୍ୟରେ ସେ 19 ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଘରୋଇ କ୍ରିକେଟରେ ରେକର୍ଡ 589ଟି ୱିକେଟ ମଧ୍ୟ ତାଙ୍କ ନାମରେ ରହିଛି । ମହମ୍ମଦ ସାରିଫଙ୍କ ଅବସର ନେଇ ଆଇସିସି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ