ETV Bharat / sports

ଯେବେ ଅଜାଗାରେ ବାଜେ ବଲ... - ୱିକେଟରକ୍ଷକ

ୱିକେଟରକ୍ଷକ ଜଣଙ୍କ ବୋଲିଂ ଏଣ୍ଡକୁ ନିଶାନ ଲଗାଉଥିବା ବେଳେ ଭୁଲବଶତଃ ବଲଟି ଷ୍ଟମ୍ପରେ ବାଜିବା ବଦଳରେ ବୋଲରଙ୍କ ଜଙ୍ଘରେ ବାଜିଥିଲା ।

ଡିଜାଇନ ଫଟୋ
author img

By

Published : Aug 26, 2019, 1:44 PM IST

Updated : Aug 26, 2019, 2:22 PM IST

ହାଇଦ୍ରାବାଦ: କ୍ରିକେଟ ପଡିଆରେ ଏଭଳି କିଛି ଅପ୍ରତ୍ୟାଶିତ ଘଟଣା ଘଟିଥାଏ, ଯାହା କେବେ କେବେ ମଜାଳିଆ ହୋଇଥାଏ ଆଉ କେବେ ଯନ୍ତ୍ରଣା ଦାୟକ ହୋଇଥାଏ । କ୍ରିକେଟ ବଲ ଅତି ଶକ୍ତ ଓ ଟାଣ ହୋଇଥିବାରୁ ଶରୀରର ଯେକୌଣସି ଅଙ୍ଗରେ ବାଜିଲେ ଅସହ୍ୟ ଯନ୍ତ୍ରଣା ଦେଇଥାଏ । କ୍ରିକେଟ ବଲ ଦ୍ବାରା ଖେଳାଳୀଙ୍କ ମୃତ୍ୟୁ ହୋଇଥିବାର ଖବର ମଧ୍ୟ ଆପଣ ଦେଖିଥିବେ । ମାତ୍ର ଆଜି ଆମେ ଆପଣଙ୍କୁ ଏପରି ଏକ ଦୃଶ୍ୟ ଦେଖାଇବୁ ଯାହା ମଜାଦାର ହୋଇଥିବା ସଙ୍ଗେସଙ୍ଗେ ଖୁବ ଯନ୍ତ୍ରଣାଦାୟକ ମଧ୍ୟ ।

ଦେଖନ୍ତୁ ଭିଡିଓ-

ଭିଡିଓ ସୌଜନ୍ୟ- ସୋସିାଲ ମିଡିଆ ଟ୍ବିଟର

ତେବେ ଆପଣ ଦେଖୁଥିବା ଏହି ଦୃଶ୍ୟଟି ଇଂଲଣ୍ଡର ଘରୋଇ ପ୍ରିମିୟର ଲିଗ୍‌ 'ଟି-20 ବ୍ଲାଷ୍ଟ-2019' ର । ଏହି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ୱିକେଟରକ୍ଷକ ଭୁଲ ନିଶାନାରେ ଆହତ ହୋଇଛନ୍ତି ବୋଲର । ୱିକେଟରକ୍ଷକ ଜଣଙ୍କ ବୋଲିଂ ଏଣ୍ଡକୁ ନିଶାନ ଲଗାଉଥିବା ବେଳେ ଭୁଲବଶତଃ ବଲଟି ଷ୍ଟମ୍ପରେ ବାଜିବା ବଦଳରେ ବୋଲରଙ୍କ ଜଙ୍ଘରେ ବାଜିଥିଲା । ଫଳରେ ବୋଲର ଜଣଙ୍କ ଖୁବ ଯନ୍ତ୍ରଣା ଅନୁଭବ କରୁଥିବାର ନଜର ଆସିଥିଲେ । ତେବେ ଦୃଶ୍ୟଟିରୁ ଆପଣ ଅନୁମାନ ଲଗାଇପାରୁଥିବେ ଦ୍ରୁତ ଗତିରେ ଆସିଥିବା ଏହି ବଲଟି ବୋଲରଙ୍କୁ କେତେ ଯନ୍ତ୍ରଣା ଦେଇଥିବ । ଏପରି ଦୃଶ୍ୟ ମଜାଳିଆ ଲାଗୁଥିଲେ ମଧ୍ୟ ଏହା ଖୁବ ଯନ୍ତ୍ରଣାଦାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Aug 26, 2019, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.