ETV Bharat / sports

ଅକ୍ଷରଙ୍କ ରେକର୍ଡ: ପଦାର୍ପଣ ଟେଷ୍ଟରେ ପାଞ୍ଚ ୱିକେଟ

author img

By

Published : Feb 16, 2021, 9:48 PM IST

ବାମହାତୀ ସ୍ପିନର ଅକ୍ଷର ପଟେଲ ପଦାର୍ପଣ ଟେଷ୍ଟରେ 5 ୱିକେଟ ହାସଲ କରିଛନ୍ତି । ଏଥିସହ ଏହି ବିରଳ ଉପଲବ୍ଧି ହାସଲ କରିବାରେ ଅକ୍ଷର ପଞ୍ଚମ ଭାରତୀୟ ସ୍ପିନର ବନିଯାଇଛନ୍ତି । ଅଧିକ ପଢନ୍ତୁ...

AXAR PATEL BECAME THE SIXTH INDIAN SPINNER TO TAKE 5 WICKETS IN DEBUT TEST
ଅକ୍ଷରଙ୍କ ରେକର୍ଡ: ପଦାର୍ପଣ ଟେଷ୍ଟରେ ପାଞ୍ଚ ୱିକେଟ

ଚେନ୍ନାଇ: ବାମହାତୀ ସ୍ପିନର ଅକ୍ଷର ପଟେଲ ପଦାର୍ପଣ ଟେଷ୍ଟରେ 5 ୱିକେଟ ହାସଲ କରିଛନ୍ତି । ଏଥିସହ ଏହି ବିରଳ ଉପଲବ୍ଧି ହାସଲ କରିବାରେ ଅକ୍ଷର ପଞ୍ଚମ ଭାରତୀୟ ସ୍ପିନର ବନିଯାଇଛନ୍ତି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ଚତୁର୍ଥ ଦିନରେ 60 ରନ ବ୍ୟରେ 5 ୱିକେଟ ହାସଲ କରିଛନ୍ତି ।

ଫଳରେ ଭାରତ 317 ରନର ବଡ ବ୍ୟବଧାନରେ ଇଂଲଣ୍ଡକୁ ହରାଇଛି ଭାରତ । ଏଥିସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 1-1ରେ ବରାବର କରିଛି ବିରାଟ ବାହିନୀ ।

ଅକ୍ଷର ପଟେଲଙ୍କ ପୂର୍ବରୁ ପାଞ୍ଚଜଣ ଭାରତୀୟ ସ୍ପିନର ପଦାର୍ପଣ ଟେଷ୍ଟରେ 5 କିମ୍ବା ଅଧିକ ୱିକେଟ ଦଖଲର ଉପଲବ୍ଧି ହାତେଇଛନ୍ତି ।

ବିବି କୁମାର ପ୍ରଥମ ଭାରତୀୟ ସ୍ପିନର ଭାବେ ପଦାର୍ପଣ ଟେଷ୍ଟରେ 5 ୱିକେଟ ହାସଲ କରିଥିଲେ । ବର୍ଷ 1960-61ରେ ଦିଲ୍ଲୀରେ ପାକିସ୍ତାନ ବିପକ୍ଷରେ 64 ରନ ବ୍ୟୟରେ 5 ୱିକେଟ ଦଖଲ କରିଥିଲେ । ପରେ ଦିଲ୍ଲୀପ ଦୋଶୀ 1979-80ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ 103 ରନ ବ୍ୟୟ କରି 5 ୱିକେଟ ନିଜ ନାମରେ କରିଥିଲେ ।

ନରେନ୍ଦ୍ର ହିରବାନି 1987-88ରେ ଚେନ୍ନାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ଥମ ଇଂନିସରେ 61 ରନ ବ୍ୟୟ କରି 61 ରନ ଓ ଦ୍ବିତୀୟ ଇଂନିସରେ 75 ରନ ବ୍ୟୟ କରି 8 ୱିକେଟ ହାତଲ କରିଥିଲେ । ଅମିତ ମିଶ୍ର 2008-09ରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ 71 ରନ ବ୍ୟୟରେ 5ଟି ୱିକେଟ ଦଖଲ କରିଥିଲେ । ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ନିଜର ପଦାର୍ପଣ ଟେଷ୍ଟରେ 5 ୱିକେଟ ହାସଲ କରିଥିଲେ । ବର୍ଷ 2011-12ରେ ଦିଲ୍ଲୀ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 47 ରନ ବ୍ୟୟରେ 6 ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.