ETV Bharat / sports

ଟି-20 ସିରିଜରେ ଅଷ୍ଟ୍ରେଲିଆ ପିନ୍ଧିବ ସ୍ବଦେଶୀ ଜର୍ସୀ

author img

By

Published : Nov 11, 2020, 4:50 PM IST

1868 ମସିହାରେ ପ୍ରଥମ କରି ଅଷ୍ଟ୍ରେଲିଆର ଏକ ଆଦିବାସୀ କ୍ରିକେଟରଙ୍କ ଦଳ ବ୍ରିଟେନକୁ ତିନିମାସ ଯାତ୍ରା କରିଥିଲା ଓ 47ଟି ମ୍ୟାଚ ଖେଳିଥିଲା । ସେହି ଯାତ୍ରାର କାହାଣୀକୁ ଦର୍ଶାଇ ଡିଜାଇନ ହୋଇଥିବା ଜର୍ସୀ ପିନ୍ଧିବ ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ...

Australian team to wear indigenous jersey,  indigenous jersey for India T-20s, ଅଷ୍ଟ୍ରେଲିଆ ପିନ୍ଧିବ ସ୍ବେଦେଶୀ ଜର୍ସୀ, କ୍ରିକେଟ ଅଷ୍ଟ୍ରେଲିଆ, ଅଷ୍ଟ୍ରେଲିଆର ଆଦିବାସୀ କ୍ରିକେଟର
ଟି-20 ସିରିଜରେ ଅଷ୍ଟ୍ରେଲିଆ ପିନ୍ଧିବ ସ୍ବେଦେଶୀ ଜର୍ସୀ

ମେଲବର୍ଣ୍ଣ: ନଭେମ୍ବର 27 ରୁ ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜ ପାଇଁ ଅଷ୍ଟ୍ରେଲୀୟ ପୁରୁଷ କ୍ରିକେଟ ଦଳ ଏକ ସ୍ବଦେଶୀ ଜର୍ସି ପିନ୍ଧିବ । ଯାହାର ଡିଜାଇନ୍ ବୁଧବାର କ୍ରିକେଟ ଅଷ୍ଟ୍ରେଲିଆ ଦ୍ବାରା ଉନ୍ମୋଚିତ ହୋଇଛି।

1868 ମସିହାରେ ପ୍ରଥମ କରି ଅଷ୍ଟ୍ରେଲିଆର ଏକ ଆଦିବାସୀ କ୍ରିକେଟରଙ୍କ ଦଳ ବ୍ରିଟେନକୁ ତିନିମାସ ଯାତ୍ରା କରିଥିଲା ଓ 47ଟି ମ୍ୟାଚ ଖେଳିଥିଲା । ସେହି ଯାତ୍ରାର କାହାଣୀକୁ ଏହି ଜର୍ସୀରେ ବର୍ଣ୍ଣନା କରାଯାଇଛି ।

  • The Australian men's team will celebrate our First Nations people this summer by wearing this incredible Indigenous playing shirt for the entirety of the #AUSvIND Dettol T20 series! 🖤💛❤️ pic.twitter.com/GmD36G8XoC

    — Cricket Australia (@CricketAus) November 11, 2020 " class="align-text-top noRightClick twitterSection" data=" ">

ଏହି ଜର୍ସିଟି 1868 ମସିହାରେ ଇଂଲଣ୍ଡରେ ଖେଳିଥିବା ଦଳର ଅନ୍ୟତମ ସଦସ୍ୟ ଥିବା ଗ୍ରୋଙ୍ଗାରଙ୍ଗଙ୍କ ଅଣ ନାତୁଣୀ କିରା ୱୁରୁଙ୍ଗ ଆଣ୍ଟି ଫିଓନା କ୍ଲାର୍କଙ୍କ ଦ୍ବାରା ଡିଜାଇନ କରାଯାଇଛି । ଜର୍ସୀରେ ମୂଳ ୱାକବାଉଟ୍ ୱିକେଟ କଳାକୃତି ଡିଜାଇନ ଏଥିରେ ପ୍ରଦର୍ଶିତ ହେବ ।

କୋର୍ଟନି ହାଗେନ୍, ବଚୁଲ୍ଲା ଏବଂ ଗୁବି ଗୁବି ଓ କ୍ରିକେଟ୍ ଅଷ୍ଟ୍ରେଲିଆର ସ୍ବଦେଶୀ ଯୋଗଦାନ ବିଶେଷଜ୍ଞଙ୍କ ମିଳିତ ଭାବେ ସହ ଡିଜାଇନର ଭାବରେ ଏହି ଜର୍ସୀକୁ ଡିଜାଇନ୍ କରିଛନ୍ତି।

ଚିତ୍ରକଳା ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଆଦିବାସୀ କ୍ରିକେଟରମାନଙ୍କୁ ପ୍ରତିନିଧିତ୍ବ କରେ । ଏଥିରେ ଥିବା ବୃହତ ବୃତ୍ତ ଲର୍ଡସ ଗ୍ରାଉଣ୍ଡକୁ ଏବଂ ଛୋଟ ସର୍କଲଗୁଡିକ ସେହି ଯାତ୍ରା ସମୟରେ ଦଳର ବିଭିନ୍ନ ବୈଠକ ସ୍ଥାନକୁ ସୂଚିତ କରୁଛି ।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆର ମହିଳା ଦଳ ଚଳିତ ବର୍ଷ ପ୍ରାରମ୍ଭରେ ସମାନ କଳାକୃତି ସହିତ ଏକ ସାର୍ଟ ପିନ୍ଧିଥିବାବେଳେ ଟେଷ୍ଟ୍ ଜର୍ସୀରେ ୱାକବାଉଟ ୱିକେଟ ଲୋଗୋ ଏକ ବୈଶିଷ୍ଟ୍ୟ ଥିଲା ଏବଂ ସ୍ବଦେଶୀ ସାର୍ଟ ଡବ୍ଲୁବିବିଏଲ୍ ଏବଂ ବିବିଏଲରେ ସ୍ଥାନ ପାଇଛି।

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର 27ରୁ ଏକଦିବସୀୟ ସିରିଜ ଆରମ୍ଭ ହେଉଛି । 3ଟି ଦିନିକିଆ ପରେ 4 ଡିସେମ୍ବରରୁ 3ଟି ଟି-20 ଓ ଡିସେମ୍ବର 26ରୁ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.