ଲଣ୍ଡନ: ମହାମାରୀ ମଧ୍ୟରେ ଏବେ ଇଂଲଣ୍ଡ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଯାଇଛି ଛକା ଚୌକାର ବର୍ଷା । ତେବେ ଇଂଲଣ୍ଡ ସହ ସୀମିତ ଓଭର ମ୍ୟାଚ ଖେଳିବା ପାଇଁ ଅଷ୍ଟ୍ରେଲିଆ ଦଳ 23ଅଗଷ୍ଟ ଦିନ ଇଂଲଣ୍ଡକୁ ଉଡାଣ ଭରିଛି ।
-
Things are a little different in 2020... #ENGvAUS
— cricket.com.au (@cricketcomau) August 23, 2020 " class="align-text-top noRightClick twitterSection" data="
📸: @GettyImages pic.twitter.com/27I8mkiP93
">Things are a little different in 2020... #ENGvAUS
— cricket.com.au (@cricketcomau) August 23, 2020
📸: @GettyImages pic.twitter.com/27I8mkiP93Things are a little different in 2020... #ENGvAUS
— cricket.com.au (@cricketcomau) August 23, 2020
📸: @GettyImages pic.twitter.com/27I8mkiP93
ସୂଚନାଥାଉକି, ଇଂଲଣ୍ଡ -ଅଷ୍ଟ୍ରେଲିଆ ମଧ୍ୟରେ 4ସେପ୍ଟେମ୍ବରରୁ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଓ 11 ସେପ୍ଟେମ୍ବରରୁ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୈବ ସୁରକ୍ଷା ବଳ ମଧ୍ୟରେ ଖେଳାଯିବ ।
ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ କହିଛନ୍ତି ଯେ, ସିରିଜକୁ ନେଇ ବେଶ ଉତ୍ସାହିତ ଅଛି । ପୂର୍ବ ଠାରୁ ଏହି ମୁକାବିଲା ଟିକେ ଭିନ୍ନ ହେବ। ଆମେ ବିନା ଦର୍ଶକରେ ଜୈବ ସୁରକ୍ଷା ବଳ ମଧ୍ୟରେ ଖେଳିବୁ । ଏହା ଚ୍ୟାଲେଞ୍ଜିଙ୍ଗ ରହିବ କୁନ୍ତୁ ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ । ମତେ ଇଂଲଣ୍ଡରେ ଖେଳିବାକୁ ଭଲ ଲାଗେ । କିନ୍ତୁ ସେଠାରେ ମତେ ଚିଡେଇ ମୋ ମନରେ ଜୋସ୍ ଭରୁଥିବା ଦର୍ଶକଙ୍କୁ ମିସ କରିବି ।
ତେବେ ଏହି ସିରିଜ ସରିବା ପରେ ଆଇପିଏଲରେ ଖେଳିବାକୁ ଥିବା ପ୍ଲେୟାରମାନେ ୟୁଏଇ ଗସ୍ତ କରିବେ । ୟୁଏଇରେ 19ସେପ୍ଟେମ୍ବରରୁ ଆଇପିଏଲ ଆରମ୍ଭ ହେବ ।
ମହାମାରୀ ସମୟରେ ଇଣ୍ଡିଜ ଦଳ ପ୍ରଥମେ ଇଂଲଣ୍ଡ ଗସ୍ତ କରିଥିଲେ । 2ଦଳ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଇଥିଲା । ଏହାପରେ ଇଂଲଣ୍ଡ-ଆର୍ୟଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆୟୋଜିତ ହୋଇଥିଲା । ବର୍ତ୍ତମାନ ପାକିସ୍ତାନ ସହ ଟେଷ୍ଟ ସିରିଜ ଚାଲିଛି ।