ETV Bharat / sports

ବିବାଦରେ ବିରାଟ ଓ ହାର୍ଦ୍ଦିକ ପାଣ୍ଡ୍ୟା, ଅଷ୍ଟ୍ରେଲିଆରେ ବାୟୋ ବବଲ ବାହାରକୁ ଯାଇଥିବା ଅଭିଯୋଗ

author img

By

Published : Jan 3, 2021, 10:18 PM IST

ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ଅଷ୍ଟ୍ରେଲିଆରେ ଥିବା ବେଳେ ଉଭୟ ବାୟୋ ବବଲ ବାହାରକୁ ଯାଇଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

Australian Media Accuses Virat Kohli and Hardik Pandya of COVID-19 Protocol Breach
ବିବାଦରେ ବିରାଟ ଓ ହାର୍ଦ୍ଦିକ ପାଣ୍ଡ୍ୟା, ଅଷ୍ଟ୍ରେଲିଆରେ ବାୟୋ ବବଲ ବାହାରକୁ ଯାଇଥିବା ଅଭିଯୋଗ

ମେଲବୋର୍ଣ୍ଣ: ବିବାଦରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ କ୍ରିକେଟର ଅଷ୍ଟ୍ରେଲିଆ ଗସ୍ତରୁ ଫେରି ସାରିଛନ୍ତି। ତେବେ ଅଷ୍ଟ୍ରେଲିଆରେ ଥିବା ବେଳେ ଡିସେମ୍ବର 7 ତାରିଖରେ ଉଭୟ ବାୟୋ ବବଲ ବଳୟ ଭାଙ୍ଗି ଏକ ମଲକୁ ଯାଇଥିବା ନେଇ ଅଷ୍ଟ୍ରେଲିଆ ମିଡିଆରେ ଖବର ପ୍ରକାଶ ପାଇଛି।

ଅଷ୍ଟ୍ରେଲିଆ ମିଡିଆ ମୁତାବକ ଦୁହେଁ ଏକ ମଲକୁ ଯାଇ ଛୋଟପିଲାଙ୍କ ପାଇଁ କିଛି ବସ୍ତ୍ର ଓ କିଛି ଖେଳନା କିଣି ଆଣିଥିଲେ। ଆଡିଲେଡରେ ଥିବା ବେଳେ ଏକ ମଲକୁ ଉଭୟ ଯାଇଥିବା ନେଇ ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଉଭୟ ଏହି ସମୟରେ କୋଭିଡ ନିୟମ ଉଲ୍ଲଂଘନ କରିବା ସହ ମାସ୍କ ପିନ୍ଧି ନଥିବା ଅଭିଯୋଗ ହୋଇଛି।

ଅଷ୍ଟ୍ରେଲିଆର ଏକ ଜଣାଶୁଣା ମିଡିଆ ରିପୋର୍ଟ ମୁତାବକ ପ୍ରଥମ ଟେଷ୍ଟ ଶେଷ ହେବାପରେ କିଛି ଭାରତୀୟ କ୍ରିକେଟର ରାତି ଅଧରେ ସୁରକ୍ଷା ବଳୟ ବାହାରକୁ ଚାଲି ଆସିଥିଲେ। ଆଡିଲେଡର ଲିହି ଷ୍ଟ୍ରିଟକୁ ବୁଲିବାକୁ ଆସି କଫି ଓ ବଫଲ ଅର୍ଡର କରିଥିଲେ। ଏହାପରେ ହାର୍ଦ୍ଦିକ ଓ ବିରାଟ ଛୋଟ ପିଲାଙ୍କ ପାଇଁ ଡ୍ରେସ କିଣିବାକୁ ମଲକୁ ଚାଲି ଯାଇଥିଲେ।

ଗତ କିଛି ଦିନ ପୂର୍ବେ ଭାରତୀୟ ଓପନର ରୋହିତ ଶର୍ମା ଓ ଅନ୍ୟ ଭାରତୀୟ କ୍ରିକେଟରଙ୍କୁ ଏକ ରେସ୍ତୋରାଁରେ ଦେଖିବାକୁ ମିଳିଛି। ଏହାପରେ ସେମାନଙ୍କୁ ଆଇସୋଲେସନରେ ରଖା ଯାଇଛି। ଜଣେ ଭାରତୀୟ ଫ୍ୟାନ ଏହି ଫୋଟ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.