ETV Bharat / sports

ସମ୍ମାନ ବଞ୍ଚାଇଲା ଅଷ୍ଟ୍ରେଲିଆ, 5 ୱିକେଟରେ ଜିତିଲା ଶେଷ ଟି-20

author img

By

Published : Sep 9, 2020, 10:46 AM IST

ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଟି-20 ମ୍ୟାଚରେ ଇଂଲଣ୍ଡକୁ 5 ୱିକେଟରେ ହରାଇଛି ଅଷ୍ଟ୍ରେଲିଆ । ଏହାସହ ଫେରି ପାଇଁଛି ଟି-20 ରାଙ୍କିଙ୍ଗର ଟପ ସ୍ପଟ । ଅଧିକ ପଢ଼ନ୍ତୁ...

Australia win third T-20 against England, Australia beat England by 5 wickets, Australia vs ENgland third  t-20, ଅଷ୍ଟ୍ରେଲିଆ ଜିତିଲା ଶେଷ ଟି-20, ଇଂଲଣ୍ଡକୁ  5 ୱିକେଟରେ ମାତ ଦେଲା ଅଷ୍ଟ୍ରେଲିଆ, ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଶେଷ ଟି-20,  ଟି-20 ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ
ସମ୍ମାନ ବଞ୍ଚାଇଲା ଅଷ୍ଟ୍ରେଲିଆ, 5 ୱିକେଟରେ ଜିତିଲା ଶେଷ ଟି-20

ସାଉଥମ୍ପଟନ: ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଟି-20 ମ୍ୟାଚରେ ଇଂଲଣ୍ଡକୁ 5 ୱିକେଟରେ ହରାଇ ଆଇସିସି ଟି-20 ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କରିଛି ।

ତେବେ ପ୍ରଥମରୁ 2 ମ୍ୟାଚ ଜିତି ଘରୋଇ ଇଂଲଣ୍ଡ ଆଗୁଆ ସିରିଜ ହାତେଇ ସାରିଛି । ତେବେ ଶେଷ ବିଜୟ ଅଷ୍ଟ୍ରେଲିଆକୁ କ୍ଲିନ ସ୍ବିପରୁ ବର୍ତ୍ତିବା ସହ ସମ୍ମାନ ବଞ୍ଚାଇବାରେ ସହାୟକ ହୋଇଛି ।

146 ରନର ଲକ୍ଷକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଧୂଆଁଧାର ଆରମ୍ଭ କରିଥିଲା । ପ୍ରଥମ ଓଭରରେ ହିଁ ଆରୋନ ଫିଞ୍ଚ ଓ ମେଥ୍ୟୁ ୱେଡ 16 ରନ ସ୍କୋର କରିଥିଲେ । ମାର୍କ ଉଡଙ୍କ ବଲରେ ୱେଡ ଆଉଟ ହେବା ପୂର୍ବରୁ ଉଭୟ 32 ରନର ଭାଗିଦାରୀ କରିଥିଲେ । ଏହାପରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ମାରକସ ଷ୍ଟୋଇନିସ । ଫିଞ୍ଚଙ୍କ ସହ ମିଶି ଉଭୟ ଟିମର ସ୍କୋର କାର୍ଡ 7 ଓଭରରେ 70/1 ରନରେ ପହଁଞ୍ଚାଇଥିଲେ ।

ଟମ କୁରାନ ଏହାପରେ ଷ୍ଟୋଇନିସଙ୍କୁ 26 ରନରେ ଆଉଟ କରିଥିଲେ । ଯାହାପରେ ଗ୍ଲେନ ମ୍ୟାକ୍ସୱେଲ ଆସିଥିଲେ କିନ୍ତୁ 11ତମ ଓଭରରେ ଉଭୟ ମ୍ୟାକ୍ସୱେଲ (6) ଓ ଫିଞ୍ଚ (39) ରନ କରି ଆଦିଲ ରଶିଦଙ୍କ ଶିକାର ହୋଇଥିଲେ ।

ପରବର୍ତ୍ତୀ ଓଭରରେ ରଶିଦ ଷ୍ଟିଭ ସ୍ମିଥଙ୍କୁ ଆଉଟ କରିଥିଲେ । ଲଗାତାର ୱିକେଟ ଯିବା ପରେ ଇଂଲଣ୍ଡ ପୁଣି ମ୍ୟାଚକୁ ଫେରିଥିଲା । କିନ୍ତୁ ଅଷ୍ଟ୍ରେଲିଆର ପାଳିକୁ ସମ୍ଭାଳିଥିଲେ ମିଚେଲ ମାର୍ଶ ଓ ଆଷ୍ଟନ ଅଗର । 16ତମ ଓଭରରେ ଉଡଙ୍କୁ ଗୋଟିଏ ଛକା ଓ ଚଉକା ମାରି ଟିମକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ ମାର୍ଶ ।

ଉଭୟ ଅଗର ଓ ମାର୍ଶ ସତର୍କ ହୋଇ ଖେଳିଥିଲେ ଓ ନିଜ ଟିମକୁ 5 ୱିକେଟରେ ସିରିଜର ପ୍ରଥମ ବିଜୟ ଦେଇଥିଲେ । ମିଚେଲ ମାର୍ଶ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ବର୍ତ୍ତମାନ ଉଭୟ ଟିମ 3ଟି ଦିନିକିଆ ରେ ପରସ୍ପର ସହ ମୁହାଁମୁହିଁ ହେବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.