ETV Bharat / sports

ଅଷ୍ଟ୍ରେଲିଆ ବିଶ୍ବକପ ଦଳରୁ ରିଚାର୍ଡସନ ଆଉଟ୍‌

author img

By

Published : May 8, 2019, 11:23 PM IST

ଅଷ୍ଟ୍ରେଲିଆ ପେସ ଷ୍ଟାର ଜୋ ରିଚାର୍ଡସନ୍‌ ଆହତ କାରଣରୁ ବିଶ୍ବକପ ଦଳରୁ ବାଦ ପଡିଛନ୍ତି । ଗତ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ଖେଳିଥିବା ଦିନିକିଆ ମ୍ୟାଚରେ ସେ ଆହାତ ହୋଇଥିଲେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ପେସ ଷ୍ଟାର ଜୋ ରିଚାର୍ଡସନ୍‌ ଆହତ କାରଣରୁ ବିଶ୍ବକପ ଦଳରୁ ବାଦ ପଡିଛନ୍ତି । ଗତ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ଖେଳିଥିବା ଦିନିକିଆ ମ୍ୟାଚରେ ସେ ଆହାତ ହୋଇଥିଲେ ।

ତେବେ ଆହାତ ପରେ ମଧ୍ୟ ତାଙ୍କୁ ଅଷ୍ଟ୍ରେଲିଆ ବିଶ୍ବକପ ଦଳରେ ସାମିଲ କରାଯାଇଥିଲା । ମାତ୍ର ତାଙ୍କ ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି ଯେ, ସେ ଆଗାମୀ କିଛି ମାସ ପାଇଁ ବୋଲିଂ କରିବାକୁ ଅସମର୍ଥ ଅଟନ୍ତି । ତେଣୁ ତାଙ୍କୁ ପରେ ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ କେନ୍‌ ରିଚାର୍ଡସନ୍‌ଙ୍କୁ ଦଳରେ ସାମିଲ କରାଯାଇଛି ।

୨୨ ବର୍ଷୀୟ ରିଚାର୍ଡସନ୍‌ ଚଳିତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ । ପ୍ରଥମଥର ପାଇଁ ସେ ବିଶ୍ୱକପ୍‌ ଖେଳିଥାଆନ୍ତେ । ସେହିପରି କେନ୍‌ ରିଚାର୍ଡସନ୍‌ ଅଷ୍ଟ୍ରେଲିଆ ପାଇଁ ୨୦ଟି ଦିନିକିଆ ଖେଳିଥିବା ବେଳେ ୨୯ଟି ୱିକେଟ୍‌ ନେଇଛନ୍ତି । ଜେ ରିଚାର୍ଡସନ୍‌ଙ୍କ ପୂର୍ବରୁ ଆହତ ସମସ୍ୟା ଯୋଗୁଁ ଜୋଶ ହେଜେଲଉଡ୍‌ ମଧ୍ୟ ବିଶ୍ବକପ ଦଳରୁ ବାଦ୍‌ ପଡ଼ିଥିଲେ । ଅଷ୍ଟ୍ରେଲିଆ ଜୁନ୍‌ ୧ରେ ତା’ର ବିଶ୍ବକପ ଅଭିଯାନ ଆଫଗାନିସ୍ତାନ ବିପକ୍ଷରୁ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

fddf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.