ETV Bharat / entertainment

ସାଉଥ୍ ଇଣ୍ଡଷ୍ଟ୍ରିକୁ ଝଟକା; ଆରପାରିରେ ଅଭିନେତ୍ରୀ କାବିୟୁର ପୋନ୍ନମା - Kaviyoor Ponnamma Passes Away

author img

By ETV Bharat Entertainment Team

Published : 3 hours ago

Kaviyoor Ponnamma Passes Away: ସାଉଥ ସିନେ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଭେଟେରାନ ମାଲାୟାଲମ ଅଭିନେତ୍ରୀ କାବିୟୁର ପୋନ୍ନମାଙ୍କର ଦେହାନ୍ତ ହୋଇଛି । 79 ବର୍ଷ ବୟସରେ କାବିୟୁର ପୋନମ୍ମା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କାବିୟୁରଙ୍କ ମୃତ୍ୟୁରେ ତାଙ୍କ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

kaviyoor ponnamma death
ମାଲାୟାଲମ ଅଭିନେତ୍ରୀ କାବିୟୁର ପୋନ୍ନମାଙ୍କ ଦେହାନ୍ତ (ETV Bharat Odisha)

ହାଇଦ୍ରାବାଦ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଗାୟକ ହିମେଶ ରେଶମିଆଙ୍କ ବାପାଙ୍କ ଦେହାନ୍ତ ଖବର ଏପର୍ଯ୍ୟନ୍ତ ମନରୁ ଲିଭିନଥିବା ବେଳେ ସାଉଥ ସିନେ ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି । ବର୍ତ୍ତମାନ ଦୁନିଆକୁ ଅଲବିଦା କହିଛନ୍ତି ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ କାବିୟୁର ପୋନ୍ନମ୍ମା । କାବିୟୁର ପୋନମ୍ମା ଦୀର୍ଘ ସମୟ ଧରି କର୍କଟ ରୋଗରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ଦେହାନ୍ତରେ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ସେଲିବ୍ରିଟି ସୋସିଆଲ ମିଡିଆ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଆରପାରିରେ କାବିୟୁର ପୋନମ୍ମା

ରିପୋର୍ଟ ଅନୁସାରେ, ଗତ ମେ' ମାସରେ କାବିୟୁର ପୋନମ୍ମା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଇବାକୁ ପାଇଥିଲେ । ପରୀକ୍ଷଣରୁ ଜଣାପଡିଥିଲା ଯେ ଅଭିନେତ୍ରୀ 4ର୍ଥ ଷ୍ଟେଜରେ କର୍କଟ ରୋଗରେ ପୀଡିତ ଅଛନ୍ତି । ସେବେଠାରୁ ତାଙ୍କ ଚିକିତ୍ସା ଜାରି ରହିଥିଲା । ତାଙ୍କ ଅବସ୍ଥା ବିଗିଡିଯିବା ପରେ ସେପ୍ଟେମ୍ବର 3 ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଆଜି ଅନ୍ତିମ ସଂସ୍କାର

ଆଜି ମାଲାୟାଲମ୍ ଅଭିନେତ୍ରୀ କାବିୟୁର ପୋନମ୍ମାଙ୍କ ଅନ୍ତିମ ସଂସ୍କାର କରାଯିବ । ଅନ୍ତିମ ସଂସ୍କାର ଅପରାହ୍ନ 4 ଟା ସମୟରେ ଆଲୁଭା କରିମାଲୁରର ବାସଭବନରେ ହେବ । ସକାଳ 9 ଟାରୁ 12 ଟା ପର୍ଯ୍ୟନ୍ତ କଲାମାସେରି ଟାଉନ ହଲରେ ତାଙ୍କର ଶେଷ ଦର୍ଶନ କରିବେ ଲୋକେ । ମାମୁତି, ମୋହନଲାଲ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଏବଂ ନେତା ତାଙ୍କୁ ଟାଉନ ହଲରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଏହା ମଧ୍ୟ ପଢନ୍ତୁ: ଦୁନିଆକୁ ଅଲବିଦା କହିଲେ ହିମେଶ ରେଶମିଆଙ୍କ ବାପା ବିପିନ ରେଶମିଆ

1000 ଫିଲ୍ମରେ କାମ କରିଛନ୍ତି କାବିୟୁର

2011ରେ କାବିୟୁରଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ଏକ ଝିଅ ଅଛି ଯିଏ ଆମେରିକାରେ ରୁହନ୍ତି । କାବିୟୁର ପୋନମ୍ମା 1960 ମସିହାରେ ଅଭିନେତ୍ରୀ ଭାବେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ଚମତ୍କାର ଅଭିନୟ ଆଧାରରେ ସେ ଦୀର୍ଘ ଦଶନ୍ଧି ଧରି ସାଉଥ ସିନେମାର ରାଜ୍ କରିଥିଲେ । ଏହି ଅବଧି ମଧ୍ୟରେ, ସେ ସମସ୍ତ ଭାଷା ସମେତ ପ୍ରାୟ 1000 ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ 'ମା' ଚରିତ୍ରରେ ଲୋକଙ୍କ ମନ ଜିତିଥିଲେ । ସେ ମାମୁତି, ମୋହନଲାଲ, ସୁରେଶ ଗୋପୀ ଏବଂ ଅନ୍ୟମାନଙ୍କ ପରି ଲୋକପ୍ରିୟ ଅଭିନେତାମାନଙ୍କ ପାଇଁ ‘ମାତା’ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚରମ ନିଷ୍ପତ୍ତି ନେଲେ ମଲାଇକାଙ୍କ ବାପା ଅନୀଲ ମେହେତା, କାରଣ ଅସ୍ପଷ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.