ETV Bharat / sports

ବକ୍ସିଂ ଡେ ଟେଷ୍ଟ: ଭାରତୀୟ ବୋଲରଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଆତ୍ମସମର୍ପଣ

author img

By

Published : Dec 26, 2020, 4:41 PM IST

ଅଷ୍ଟ୍ରେଲିଆର ପ୍ରଥମ ଇଂନିସ 195ରେ ଶେଷ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓପନର ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇ 36 ରନ ସଂଗ୍ରହ କରିଛି ଭାରତ । ଅଧିକ ପଢନ୍ତୁ..

Australia dismissed for 195, India reach 36/1 at stumps
ବକ୍ସିଂ ଡେ ଟେଷ୍ଟ: ଭାରତୀୟ ବୋଲରଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଆତ୍ମସମର୍ପଣ

ମେଲବୋର୍ଣ୍ଣ: ବକ୍ସିଂ ଡେ ଟେଷ୍ଟରେ ଭାରତୀୟ ଦମ ଦେଖାଇଲେ ଭାରତୀୟ ବୋଲର । ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ଘରୋଇ ଦଳକୁ 195 ରନରେ ଅଲଆଉଟ କରିଛି ଭାରତ । ଏଥିସହ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 36 ରନ ସଂଗ୍ରହ କରିନେଇଛି । ଓପନର ମୟଙ୍କ ଅଗ୍ରୱାଲ ଏକମାତ୍ର ଖେଳାଳି ଭାବେ ଆଉଟ ହୋଇଛନ୍ତି ।

  • Very surprised that Tim Paine survived that run out review ! I had him on his bike & thought there was no part of his bat behind the line ! Should have been out in my opinion

    — Shane Warne (@ShaneWarne) December 26, 2020 " class="align-text-top noRightClick twitterSection" data=" ">

କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ଶୁଭମନ ଗିଲ୍ 28 ଓ ଚେତେଶ୍ବର ପୂଜାରା ରନରେ ଅପରାଜିତ ଅଛନ୍ତି । ଫଳରେ ଅଷ୍ଟ୍ରେଲିଆର ପ୍ରଥମ ଇଂନିସ ଠାରୁ 159 ରନ ପଛରେ ରହିଛି ଭ୍ରମଣକାରୀ ଦଳ ।

ପୂର୍ବରୁ ଟସ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେନ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନଥିବାବେଳେ, 4ଟି ପରିବର୍ତ୍ତନ ସହ ଭାରତୀୟ ଟିମ ଦ୍ବିତୀୟ ଟେଷ୍ଟରେ ପଡିଆରୁ ଓହ୍ଲାଇଥିଲା । ନିୟମିତ କ୍ୟାପଟେନ ବିରାଟ କୋହଲିଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ବ ସମ୍ଭାଳିଛନ୍ତି ।

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା, ଉମେଶ ଯାଦବ ଓ ଡେବ୍ୟୁ ମ୍ୟାଚ ଖେଳୁଥିବା ମହମ୍ମଦ ସିରାଜ ଘାତକ ବୋଲିଂ କରିଥିଲେ । ଅଭିଜ୍ଞ ସ୍ପିନ ଯୋଡି ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜା ମଧ୍ୟ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ କରିଥିଲେ । ଅବିଶ୍ବସନୀୟ ଓ ଉଚ୍ଚକୋଟୀର ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ଇଂନିସର ପ୍ରଥମ 11 ଓଭରରେ କଙ୍ଗାରୁ ବ୍ୟାଟ୍ସମ୍ୟାନ ରନ ସଂଗ୍ରହ ପାଇଁ ସଂଘର୍ଷ କରିଥିଲେ ।

ବୁମରା ସର୍ବାଧିକ 4ଟି ଓ ଅଶ୍ବିନ ଷ୍ଟିଭ ସ୍ମିଥଙ୍କ ୱିକେଟ ସମେତ 3ଟି ୱିକେଟ ହାତେଇଛନ୍ତି । ସିରାଜ 2ଟି ଓ ଜାଡେଜା ଗୋଟିଏ ୱିକେଟ ହାସଲ କରିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲବୁସାନ ସର୍ବାଧିକ 48 ରନ ଇଂନିସ ଖେଳିଛନ୍ତି । ଟ୍ରାଭିସ ହେଡ 38 ଓ ଓପନର ମାଥ୍ୟୁ ୱେଡ 30 ରନର ଯୋଗଦାନ କରିଛନ୍ତି । ଶେଷବାଗରେ ନାଥନ ଲାୟନଙ୍କ ଉପଯୋଗୀ ଦ୍ରୁତ 20 ରନ ବଳରେ ଅଷ୍ଟ୍ରେଲିଆର ସ୍କୋର 190 ପରା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.