ETV Bharat / sports

ବ୍ରିସବେନ ଟେଷ୍ଟ, ପ୍ରଥମ ଦିନ: ଲବୁସାନଙ୍କ ଶତକ, ଅଷ୍ଟ୍ରେଲିଆ 274/5 - ଟେଷ୍ଟ ମ୍ୟାଚ

ବ୍ରିସବେନ ଟେଷ୍ଟ । ପ୍ରଥମ ଦିନର ଖେଳର ଶେଷ ସୁଦ୍ଧା ଘରୋଇ ଦଳ 5ଟି ଓ୍ବିକେଟ ହରାଇ 274ରନ୍‌ ହାସଲ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବ୍ରିସବେନ ଟେଷ୍ଟ, 1ମ ଦିନ: ଲବୁସାନଙ୍କ ଶତକ, ଅଷ୍ଟ୍ରେଲିଆ 274/5

author img

By

Published : Jan 15, 2021, 2:21 PM IST

ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ବ୍ରିସବେନର ଗାବା ଠାରେ ଖେଳାଯାଉଛି । ତେବେ ଆଜି ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳ 5ଟି ଓ୍ବିକେଟ ହରାଇ 274ରନ୍‌ ହାସଲ କରିଛି ।

ପ୍ରଥମେ ଟସ୍‌ ଜିତି ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ମାର୍ନସ ଲବୁସାନ ଶତକୀୟ ପାଳି ଖେଳିଛନ୍ତି । ଲବୁସାନ 204ବଲ୍‌ରେ 108ରନ୍‌ ସଂଗ୍ରହ କରି ଟି ନଟରାଜନଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ସେହିପରି ଦଳ ପକ୍ଷରୁ ମାଥ୍ୟୁ ୱେଡ 45, ଷ୍ଟିବେ ସ୍ମିଥ 36, ଡେଭିଡ ୱାର୍ଣ୍ଣର 1ରନ୍‌ ଓ ମାର୍କସ ହାରିସ 5 ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି ।

ଆଜି ଦିନର ଖେଳ ଶେଷ ସୁଦ୍ଧା କ୍ରିଜରେ ଅଧିନାୟକ ଟିମ ପେନ(38*) ଓ କେମରେନ ଗ୍ରୀନ (28*) ରହିଛନ୍ତି ।

ତେବେ ଭାରତ ପକ୍ଷରୁ ଡେବ୍ୟୁ ମ୍ୟାଚ ଖେଳୁଥିବା ଟି ନଟରାଜନ 2ଟି, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଓ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।

ଅନ୍ୟପଟେ ଟିମ୍‌ ଇଣ୍ଡିଆର ପିଛା ଛାଡୁନି ଆହତ ସମସ୍ୟା । ଆଜି ଫାଷ୍ଟ ବୋଲର ନବଦୀପ ସାଇନି ଆହତ ହୋଇଛନ୍ତି । ଆହତ କାରଣରୁ ସାଇନିଙ୍କୁ ସ୍କାନିଂ ପାଇଁ ପଠାଯାଇଥିବା ବିସିସିଆଇ ଟ୍ବିଟ କରି ଜଣାଇଛି ।

ଏଥିସହ ଆଜି ଟି ନଟରାଜନ ଓ ଓ୍ବାସିଂଟନ ନିଜର ଡେବ୍ୟୁ ମ୍ୟାଚ ଖେଳୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.