ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ । ଶୁକ୍ରବାର ଦିନ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଇଛି । ତେବେ ଏହି ମ୍ୟାଚରେ ଧିମା ଓଭର ବୋଲିଂ ଯୋଗୁଁ ଆଇସିସି 20ପ୍ରତିଶତ ମ୍ୟାଚ ଫି କାଟ୍ କରିଛି ।
![aus-vs-ind-indian-cricket-team-cop-20-percent-fine-for-slow-overrate-in-sydney](https://etvbharatimages.akamaized.net/etvbharat/prod-images/9696729_tytu.jpg)
ମ୍ୟାଚ ରେଫରୀ ଡେଭଡ ବୁନଙ୍କ ସୂଚନାନୁସାରେ, ଭାରତୀୟ ବୋଲର ନିର୍ଦ୍ଧାରିତ ସମୟ ସୀମାରେ ଗୋଟିଏ ଓଭର କମ୍ ବୋଲିଂ କରିଥିଲେ । ତେବେ ଅଧିନାୟକ ବିରାଟ କୋହଲି ଭୁଲ୍ ସ୍ବୀକାର କରିଥିବାରୁ ଆଗକୁ କୌଣସି ଔପଚାରିକ ଶୁଣାଣିର ଆବଶ୍ୟକତା ନାହିଁ ।
ଆଇସିସି ଆଚାର ସଂହିତାର ଅନୁଚ୍ଛେଦ 2.22 ଅନୁସାରେ ନିର୍ଦ୍ଧାରିତ ସମୟରେ ଓଭର ନ ପକାଇବା କାରଣରୁ ପ୍ରତି ଓଭର ହିସାବରେ ଖେଳାଳିଙ୍କ 20 ପ୍ରତିଶତ ଜୋରିମାନା ଲାଗେ ।
ସୂଚନାଥାଉକି, ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ଦଳ 66ରନ୍ରେ ଜିଣିଛି । ଆସନ୍ତାକାଲି ଉଭୟ ଦଳ ମଧ୍ୟରେ 2ୟ ମ୍ୟାଚ ଖେଳାଯିବ ।