ETV Bharat / sports

ବ୍ରିସବେନ ଟେଷ୍ଟ: ଟସ୍‌ ଜତି କଙ୍ଗାରୁ ଦଳର ବ୍ୟାଟିଂ ଜାରି, ଡେବ୍ୟୁ କଲେ ନଟରାଜନ ଓ ସୁନ୍ଦର

author img

By

Published : Jan 15, 2021, 8:07 AM IST

ଆରମ୍ଭ ହୋଇଯାଇଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ । ତେବେ ଆଜି ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ୍‌ ଗାବା ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ ଦଳ 2 ଓ୍ବିକେଟ ହରାଇ 65ରନ୍‌ ସଂଗ୍ରହ କରିଛି ।

ବ୍ରିସବେନ ଟେଷ୍ଟ: ଟସ୍‌ ଜତି କଙ୍ଗାରୁ ଦଳର ବ୍ୟାଟିଂ ଜାରି , ଡେବ୍ୟୁ କଲେ ନଟରାଜନ ଓ ସୁନ୍ଦର

ବ୍ରିସବେନ: ଆରମ୍ଭ ହୋଇଯାଇଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ । ତେବେ ଆଜି ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ୍‌ ଗାବା ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । 4 ମ୍ୟାଚ ବିଶିଷ୍ଟ ସିରିଜ 1-1ରେ ବରାବର ରହିଛି ।

ଆଜିର ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ ଦଳ 2 ଓ୍ବିକେଟ ହରାଇ 65ରନ୍‌ ସଂଗ୍ରହ କରିଛି । ଓ୍ବାର୍ଣ୍ଣର ଓ ମାର୍କସ ଯଥାକ୍ରମେ 1 ଓ 5ରନ୍‌ କରି ଆଉଟ୍‌ ହୋଇଛନ୍ତି । ବର୍ତ୍ତମାନ କ୍ରିଜରେ ମାର୍ନସ ଲବୁସାନ(19*ରନ୍‌) ଓ ଷ୍ଟିଭେନ ସ୍ମିଥ (30*ରନ୍‌) ରହିଛନ୍ତି ।

ଭାରତ ପକ୍ଷରୁ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।

ତେବେ ଟିମ୍‌ ଇଣ୍ଡିଆର ଚୁଡାନ୍ତ ଏକାଦଶରେ 4ଟି ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଶ୍ବିନ, ବୁମରା, ଜାଡେଜା ଓ ହନୁମା ବିହାରୀ ଆହତ ହୋଇଥିବାରୁ ମ୍ୟାଚରୁ ବାଦ୍‌ ପଡିଛନ୍ତି । ଶାର୍ଦ୍ଦୁଳ ଠାକୁର, ୱାସିଂଟନ ସୁନ୍ଦର, ମୟଙ୍କ ଅଗ୍ରଓ୍ବାଲ ଓ ଟି ନଟରାଜନ ଚୁଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ।

ଏପଟେ ଟି ନଟରାଜନ ଓ ଓ୍ବାସିଂଟନ ଆଜି ନିଜର ଡେବ୍ୟୁ ମ୍ୟାଚ ଖେଳୁଛନ୍ତି ।

ଭାରତ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଋଷଭ ପନ୍ତ(ୱିକେଟ କିପର), ୱାସିଂଟନ ସୁନ୍ଦର , ଶାର୍ଦ୍ଦୁଳ ଠାକୁର, ନବଦୀପ ସାଇନି, ମହମ୍ମଦ ସିରାଜ, ଟି. ନଟରାଜନ

ଅଷ୍ଟ୍ରେଲିଆ ଏକାଦଶ: ଟିମ ପେନ(କ୍ୟାପଟେନ), ଡେଭିଡ ୱାର୍ଣ୍ଣର, ମାର୍କସ ହାରିସ, ମାର୍ନସ ଲବୁସାନ, ଷ୍ଟିଭେନ ସ୍ମିଥ, ମାଥ୍ୟୁ ୱେଡ, କେମରେନ ଗ୍ରୀନ, ପାଟ କମିନ୍ସ, ମିଚେଲ ଷ୍ଟାର୍କ, ନାଥନ ଲାୟନ ଓ ଜସ ହେଜେଲଉଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.