ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ଖେଳାଳି ଗ୍ଲେନ ମ୍ୟାକ୍ସଓ୍ବେଲ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଟି-20 ମ୍ୟାଚରୁ ନାଁ ଫେରେଇ ନେଇଛନ୍ତି। ଏପରି ନିଷ୍ପତ୍ତି ହଠାତ୍ ନେଇଥିବାରୁ ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ ଅଛନ୍ତି। ତେବେ ମାନସିକ ଅସୁସ୍ଥତା କାରଣରୁ ସେ କିଛିଦିନ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ଚାହୁଁଛନ୍ତି।
ଏନେଇ ବୁପା ସ୍ପୋର୍ଟସ୍ ଟିମର ସାଇକ୍ଲୋଜିଷ୍ଟ କହିଛନ୍ତି ଯେ, ଗ୍ଲେନ ମ୍ୟାକ୍ସଓ୍ବେଲ ମାନସିକ ରୂପେ ଠିକ ନାହାଁନ୍ତି । ଏହି କାରଣରୁ କିଛି ଦିନ ପାଇଁ କ୍ରିକେଟରୁ ସେ ଦୂରେଇ ରହିବେ।
ଅଷ୍ଟ୍ରେଲିଆ ଟିମର ମହାପ୍ରବନ୍ଧକ ବେନ କହିଛନ୍ତି ଯେ, ଆମ ପାଇଁ ଖେଳାଳି ଓ ଷ୍ଟାଫଙ୍କ ସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଗ୍ଲେନଙ୍କ ସହ ଆମର ପୂରା ସମର୍ଥନ ରହିଛି । ସେ ଅଷ୍ଟ୍ରେଲିଆ କ୍ରିକେଟ ପରିବାରର ମହତ୍ବପୂର୍ଣ୍ଣ ସଦସ୍ୟ । କ୍ରିକେଟ ଗ୍ରାଉଣ୍ଡରେ ତାଙ୍କର ଆକ୍ସନ ଦେଖିବା ଅପେକ୍ଷାରେ ଏବେ ରହିଛୁ।