ETV Bharat / sports

ବାତିଲ ହେଲା ଏସିଆ କପ 2020 - Asian Cricket Council

ଏସିଆ କପ 2020କୁ ସ୍ଥଗିତ ରଖାଗଲା । ଏନେଇ ଏସିଆନ କ୍ରିକେଟ୍ ପରିଷଦ (ଏସିସି) ଗୁରୁବାର ନିଶ୍ଚିତ କରିଛି । ତେବେ କୋଭିଡ -19 ମହାମାରୀ ଯୋଗୁଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବା କହିଛି ଏସିସି ।

asia-cup-2020-postponed-asian-cricket-council-acc
ଏସିଆ କପ 2020 ସ୍ଥଗିତ: ଅଫିସିଆଲ୍ସ
author img

By

Published : Jul 9, 2020, 9:15 PM IST

ନୂଆଦିଲ୍ଲୀ: ସତ ହେଲା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଭବିଷ୍ୟତ ବାଣୀ । ପାକିସ୍ତାନ କ୍ରିକେଟ ବୋର୍ଡଙ୍କ ଅଭିଯୋଗ ଭୁଲ ପ୍ରମାଣିତ ହେଲା । ଏସିଆ କପ 2020କୁ ସ୍ଥଗିତ ରଖାଗଲା । ଏନେଇ ଏସିଆନ କ୍ରିକେଟ୍ ପରିଷଦ (ଏସିସି) ଗୁରୁବାର ନିଶ୍ଚିତ କରିଛି । ତେବେ କୋଭିଡ -19 ମହାମାରୀ ଯୋଗୁଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବା କହିଛି ଏସିସି । ଅନ୍ୟପଟେ ଆସନ୍ତା ବର୍ଷ ଅର୍ଥାତ 2021ରେ ଏସିଆ କପ ଶ୍ରୀଲଙ୍କା ଆୟୋଜନ କରିବ ବୋଲି ସ୍ଥିର ହୋଇଛି ।

asia-cup-2020-postponed-asian-cricket-council-acc
ଏସିଆ କପ 2020 ସ୍ଥଗିତ: ଅଫିସିଆଲ୍ସ

ସୂଚନାଥାଉ କି, ଚଳିତ ବର୍ଷ ଏସିଆ କପ ଆୟୋଜନ ଭାର ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) କାନ୍ଧରେ ରହିଥିଲା । ବୁଧବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ କପ ବାତିଲ ନେଇ ସୂଚନା ଦେଇଥିଲେ । ପରେ ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ କ୍ଷୋଭ ପ୍ରକାଶ କରଥିଲା ।

‘ଏକ ଦାୟିତ୍ବ ପୂର୍ଣ୍ଣ ଭାବରେ ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ଏସିସିର ପ୍ରାଥମିକତା ଅଟେ । 2021 ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ସଠିକ୍‌ ରୂପେ ଅନୁଷ୍ଠିତ ହୋଇପାରିବ ବୋଲି ବୋର୍ଡ ଆଶା କରୁଛି । ଆସନ୍ତା ବର୍ଷ ଜୁନକୁ ସମାନ ଭାବରେ ସୁରକ୍ଷିତ କାର୍ଯ୍ୟସୂଚୀ ଘୋଷଣା କରୁଛି’’ ବୋଲି ଏସିସି କହିଛି ।

‘‘ତେବେ ଚଳିତ ବର୍ଷ ଏସିଆ କପ ସ୍ଥଗିତ ରଖାଯିବା ସହ ପାକିସ୍ତାନଠାରୁ ଆସନ୍ତା ବର୍ଷର ଏସିଆ କପ ଆୟୋଜନ ଦାୟିତ୍ବ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ହସ୍ତାନ୍ତର କରାଯାଉଛି । ଯାହା ଫଳରେ ଆସନ୍ତା 2022କୁ ପାକିସ୍ତାନ ପୁନଃଶ୍ଚ ଏସିଆ କପ୍‌ ଆୟୋଜନ କରିବ ।’’ ବୋଲି ବୋର୍ଡ କହିଛି ।

ଏସିଆ କପ ବାତିଲ ହେବା ପରେ ଆଇପିଏଲ ସମ୍ଭାବନା ବଢିଲା !

ତେବେ ଏସିଆ କପ ବାତିଲ ହେବା ପରେ ଆଇପିଏଲ ସମ୍ଭାବନା ଅଧିକ ବୋଲି ଆଶା କରାଯାଉଛି । କାରଣ ଚଳିତ ମାସରେ ଟି -20 ବିଶ୍ବକପ ଆୟୋଜନ ଉପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ନିଷ୍ପତ୍ତି ନେଇବାକୁ ଯାଉଛି । ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତ ପରେ ଆଇପିଏଲ୍ ଖେଳିବାକୁ ଯୋଜନା କରିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ନିଜ ଖେଳାଳିଙ୍କୁ କହିଥିବାରୁ ଆଇପିଏଲ୍ 2020 ଆଶା ଆହୁରି ବଢିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.