ETV Bharat / sports

ପତ୍ନୀ ପ୍ରୀତିଙ୍କ ଖୁଲାସା, ଯନ୍ତ୍ରଣାରେ ଜୁଝୁଥିଲେ ଅଶ୍ବିନ

author img

By

Published : Jan 11, 2021, 5:34 PM IST

ରବିବାର ରାତିରେ ରବିଚନ୍ଦ୍ରନ ଅଶ୍ବିନ ପିଠିରେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ ବୋଲି କହିଛନ୍ତି ପତ୍ନୀ ପ୍ରୀତି ଅଶ୍ବିନ । ଅଧିକ ପଢନ୍ତୁ...

Ashwin in Pain, Could Hardly Stand This Morning, Says Wife Prithi
ଯନ୍ତ୍ରଣାରେ ଜୁଝୁଥିଲେ ଅଶ୍ବିନ, ସକାଳେ ଛିଡାହେବା କଷ୍ଟଥିଲା, କହିଲେ ପତ୍ନୀ ପ୍ରୀତି

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଏହା ନିଶ୍ଚିନ୍ତ ଅନ୍ୟତମ ଶ୍ରେଷ୍ଠ ଗସ୍ତ ହେବ। ସିଡନୀରେ ଘରୋଇ ଅଷ୍ଟ୍ରେଲିଆର ବୋଲିଂ ବିଭାଗକୁ ଧ୍ବସ୍ତ କରିଛନ୍ତି ଅଶ୍ବିନ । ଅଶ୍ବିନ ଓ ହନୁମା ବିହାରୀ 258 ବଲର ସାମ୍ନା କରିବା ସହ 62 ରନ ସଂଗ୍ରହ କରିଥିବାବେଳେ ମ୍ୟାଚରେ ଭାରତର ପରାଜୟକୁ ଏଡାଇଥିଲେ । ଫଳରେ ଏବେ ବି 1-1ରେ ବରାବର ରହିଛି ଟିମ୍ ଇଣ୍ଡିଆ ।

ଅଶ୍ବିନ ଅସୀମ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିଲେ । କିଛି ବଲ୍ ତାଙ୍କ ଶରୀରରେ ମଧ୍ୟ ଲାଗିଥିଲା । ଏନେଇ ମ୍ୟାଚର ଶେଷ ତଥା ପଞ୍ଚମ ଦିନରେ ଅଶ୍ବିନଙ୍କ ପତ୍ନୀ ପ୍ରୀତି ଅଶ୍ବିନ ଏକ ଭାବପୂର୍ଣ୍ଣ ଟ୍ବିଟ କରିଛନ୍ତି ।

"ଅଶ୍ବିନ ପିଠିରେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ ବୋଲି ସେ କହିଛନ୍ତି । ଗତ ରାତିରେ ସେ ବହୁତ ଜୋରରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏପରିକି ସେ ଠିଆ ହୋଇ ପାରୁନଥିଲେ । ସକାଳେ ଉଠିବା ପରେ ଜୋତାର ଫିତା ବାନ୍ଧିବାକୁ ମଧ୍ୟ ନଇଁ ପାରୁନଥିଲେ । ମୁଁ ଆଶ୍ଚର୍ଯ୍ୟ ଯେ ରବିଚନ୍ଦ୍ରନ ଅଶ୍ବିନ ଆଜି ଏ ସବୁ କରିଛନ୍ତି ।" ଅଶ୍ବିନ ମଧ୍ୟ ପତ୍ନୀଙ୍କ ଟ୍ବିଟର ଉତ୍ତର ରଖିଛନ୍ତି ।

ଅଶ୍ବିନ 128 ବଲରୁ ସାମ୍ନା କରିବା ସହ, 39 ରନ ସଂଗ୍ରହ କରିଥିଲେ । ଡ୍ରେସିଂ ରୁମ୍ ର ମାହୋଲ ଇଲେକ୍ଟ୍ରିକ ପରି ବୋଲି ମ୍ୟାଚ ପରେ କହିଥିଲେ ଅଶ୍ବିନ । ଟେଷ୍ଟ ମ୍ୟାଚରେ ଅଧିକ ଡ୍ର ହୁଏ ନାହିଁ, ଅନ୍ତିମ ସେସନ ବହୁତ ଉତ୍ସାହଜନକ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.