ନୂଆଦିଲ୍ଲୀ: ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇବେ ଇଶାନ୍ତ ଶର୍ମା । ଦିଲ୍ଲୀର 31ବର୍ଷୀୟ ଏହି ଫାଷ୍ଟ ବୋଲର କହିଛନ୍ତି, ମୋର ପରିବାର ଖାସ କରି ପତ୍ନୀ ପ୍ରତିମା ସିଂ ମୋର ଏହି ଉପଲବ୍ଧି ନେଇ ବେଶ ଗର୍ବିତ ।
ବିସିସିଆଇ ନିଜର ଟ୍ବିଟର ପେଜରେ ସେୟାର କରିଥିବା ଭିଡିଓରେ ସେ ସହିଛନ୍ତି, ଯେତେବେଳେ ମତେ ଜଣା ପଡିଲା ମତେ ଅର୍ଜୁନ ପୁରସ୍କାର ମିଳିବ ମତେ ବହୁତ ଖୁସି ଲାଗିଲା । ଏଥିସହ ମୁଁ ନିଜ ଉପରେ ଗର୍ବତ ହେଲି । 13 ବର୍ଷ ହେବ ବହୁତ ପରିଶ୍ରମ କରିଛି । ସେଥିପାଇଁ ମୋ ପାଇଁ ଓ ମୋର ପରିବାର ପାଇଁ ଏହି ଗୌରବାନ୍ବିତ ମୁହୂର୍ତ୍ତ ଆସିଛି । ମୋ ଠାରୁ ଅଧିକ ମୋ ପତ୍ନୀ ମୋ ଉପରେ ବେଶ୍ ଗର୍ବିତ ଅଛନ୍ତି । କାରଣ ସେ କହୁଥିଲେ ମତେ ପୁରସ୍କାର ମିଳିବା କଥା ।
-
'A proud moment for me and my family,' @ImIshant on winning the Arjuna Award for 2020.#TeamIndia pic.twitter.com/VbVdWN0qWE
— BCCI (@BCCI) August 24, 2020 " class="align-text-top noRightClick twitterSection" data="
">'A proud moment for me and my family,' @ImIshant on winning the Arjuna Award for 2020.#TeamIndia pic.twitter.com/VbVdWN0qWE
— BCCI (@BCCI) August 24, 2020'A proud moment for me and my family,' @ImIshant on winning the Arjuna Award for 2020.#TeamIndia pic.twitter.com/VbVdWN0qWE
— BCCI (@BCCI) August 24, 2020
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଭାରତୀୟ ଟିମର ବୋଲରଙ୍କ ମାଇଣ୍ଡରେ ସବୁବେଳେ ଥାଏ ମ୍ୟାଚକୁ କିପରି ଜିତିବା । ଏହା ଆମର ପ୍ରଥମ ପ୍ରାଥମିକତା । ଆମେ ବ୍ୟକ୍ତିଗତ ପ୍ରଦର୍ଶନ କଥା ଭାବୁନା ।