ETV Bharat / sports

‘ଯେକେହି ଧୋନିଙ୍କ ରୁମକୁ ଯାଇ ଖାଇବା ଅର୍ଡର କରି କ୍ରିକେଟ ଚର୍ଚ୍ଚା କରି ପାରନ୍ତି’ - ଖାଇବା ଅର୍ଡର କରି କ୍ରିକେଟ ଚର୍ଚ୍ଚା କରି ପାରନ୍ତି

ଧୋନିଙ୍କୁ ନେଇ କିଛି ସ୍ମରଣୀୟ କଥା ସେୟାର କଲେ ଆଶିଷ ନେହରା । ଧୋନିଙ୍କ ବ୍ୟକ୍ତିତ୍ବକୁ ନେଇ ଲୋକଙ୍କ ମନରେ ଥିବା ସନ୍ଦେହକୁ ମଧ୍ୟ ଦୂର କଲେ । ଅଧିକ ପଢ଼ନ୍ତୁ...

Anyone could go to dhoni's room, order food and discuss cricket, Ashish Nehra on MS Dhoni, ଯେକେହି ଧୋନିଙ୍କ ରୁମକୁ ଯାଇ ପାରନ୍ତି, ଖାଇବା ଅର୍ଡର କରି କ୍ରିକେଟ ଚର୍ଚ୍ଚା କରି ପାରନ୍ତି,  ଆଶିଷ ନେହେରା
‘ଯେକେହି ଧୋନିଙ୍କ ରୁମକୁ ଯାଇ ଖାଇବା ଅର୍ଡର କରି କ୍ରିକେଟ ଚର୍ଚ୍ଚା କରି ପାରନ୍ତି’
author img

By

Published : May 7, 2020, 10:49 PM IST

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଆଶିଷ ନେହେରା କ୍ରିକେଟ ପଡ଼ିଆରେ ତାଙ୍କର କିଛି ଅଭୁଲା ମୁହୂର୍ତ୍ତ ପାଇଥିଲେ । ବାମହାତୀ ଏହି ପେସର ଅଝାରୁଦ୍ଦିନଙ୍କ ଅଧିନାୟକତ୍ବରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରି ବିରାଟ କୋହଲିଙ୍କ ଅଧୀନରେ ଖେଳରୁ ଅବସର ନେବାକୁ ନେଇଥିଲେ। ସେ ଧୋନିଙ୍କ ଅଧୀନରେ ଉଭୟ ଟିମ ଇଣ୍ଡିଆ ଏବଂ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଅନେକ ମ୍ୟାଚ ଖେଳିଥିଲେ ।

ଆକାଶ ଚୋପ୍ରାଙ୍କ ଶୋ ଆକାଶବାଣୀରେ ଧୋନିଙ୍କ କ୍ୟାପ୍ଟେନସି ଶୈଳୀ ବିଷୟରେ କହି ନେହେରା ଧୋନିଙ୍କ ବ୍ୟକ୍ତିତ୍ବକୁ ନେଇ ଲୋକଙ୍କ ମନରେ ଥିବା ସନ୍ଦେହକୁ ଦୂର କରିଥିଲେ ।

“ଲୋକମାନେ ଭାବନ୍ତି ଧୋନି ଜଣେ ଇଣ୍ଟ୍ରୋଭର୍ଟ ବ୍ୟକ୍ତି ଏବଂ ଖେଳାଳିଙ୍କ ସହ ଅଧିକ କଥାବାର୍ତ୍ତା କରନ୍ତି ନାହିଁ । କିନ୍ତୁ ତାହା ସତ ନୁହେଁ । ମ୍ୟାଚ୍ ପରେ ରାତିରେ ତାଙ୍କ କୋଠରୀ ଖୋଲା ରହିଥାଏ । ଯେକେହି ଭିତରକୁ ଯାଇ ଖାଦ୍ୟ ଅର୍ଡର କରିପାରିବେ ଏବଂ କ୍ରିକେଟ ବିଷୟରେ ଆଲୋଚନା କରିପାରିବେ ।

ନେହେରା କହିଛନ୍ତି, “ସିଏସକେ ହେଉ କିମ୍ବା ଭାରତୀୟ ଦଳରେ ହେଉ, ଧୋନି ବାର୍ତ୍ତାଳାପ ସମୟରେ ଜଣେ ଖେଳାଳି କ’ଣ କରିବା ଆବଶ୍ୟକ ତାହା କୁହନ୍ତି ଏବଂ ଖେଳାଳିଙ୍କ ପାଇଁ ଏହା ଯଥେଷ୍ଟ’’ ବୋଲି ନେହେରା କହିଛନ୍ତି ।

ଏମଏସ ଧୋନିଙ୍କ ଅଧିନାୟକତ୍ବରେ 2011 ଆଇସିସି ବିଶ୍ବକପ ବିଜୟୀ ଟିମର ନେହରା ମଧ୍ୟ ଏକ ଅଂଶ ଥିଲେ । ଦୀର୍ଘ ଦିନ ଧରି ଖେଳରୁ ବାହାରେ ରହିବା ପରେ ଧୋନିଙ୍କ ଅଧୀନରେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.