ETV Bharat / sports

କୋରୋନା କବଳରେ ଏସ ବଦ୍ରିନାଥ, ଟ୍ବିଟ୍ ଯୋଗେ ଦେଲେ ସୂଚନା

author img

By

Published : Mar 28, 2021, 7:57 PM IST

କୋରୋନା ସଂକ୍ରମିତ ହେଲେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଏସ ବଦ୍ରିନାଥ। ଏହାକୁ ନେଇ ବଦ୍ରିନାଥ ଟ୍ବିଟ କରି ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

କୋରୋନା କବଳରେ ଏସ ବଦ୍ରିନାଥ, ଟ୍ବିଟ୍ ଯୋଗେ ଦେଲେ ସୂଚନା
କୋରୋନା କବଳରେ ଏସ ବଦ୍ରିନାଥ, ଟ୍ବିଟ୍ ଯୋଗେ ଦେଲେ ସୂଚନା

ମୁମ୍ବାଇ: କୋରୋନା ସଂକ୍ରମିତ ହେଲେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଏସ ବଦ୍ରିନାଥ। ଏହାକୁ ନେଇ ବଦ୍ରିନାଥ ଟ୍ବିଟ କରି ସୂଚନା ଦେଇଛନ୍ତି। କୋରୋନା ସଂକ୍ରମିତ ହେବାପରେ ସେ ନିଜ ବାସଭବନରେ କ୍ବାରେଣ୍ଟିନରେ ରହିଛନ୍ତି। ବଦ୍ରିନାଥଙ୍କ ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପୂର୍ବତନ ଭାରତୀୟ ଅଲରାଉଣ୍ଡର ୟୁସୁଫ ପଠାନ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ। ଏହି ତିନି କ୍ରିକେଟର ରୋଡ ସେଫଟି ୱାର୍ଲଡ ସିରିଜର ଇଣ୍ଡିଆ ଲିଜେଣ୍ଡସ ଦଳର ସଦସ୍ୟ ରହିଥିଲେ।

ବଦ୍ରିନାଥ ଟ୍ବିଟ କରି କହିଛନ୍ତି ଯେ, "ମୁଁ ସମସ୍ତ ସତର୍କତା ଅବଲମ୍ବନ କରୁଥିଲି ଏବଂ ଲଗାତାର କୋରୋନା ଯାଞ୍ଚ ମଧ୍ୟ କରାଉଥିଲା। ତେବେ ଆଜି ମୁଁ କୋରୋନା ପଜିଟିଭ ଚିହ୍ନଟ ହୋଇଛି। ମୋ ଦେହରେ କୋରୋନା ଭାଇରସର ସେଭଳି କିଛି ବିଶେଷ ଲକ୍ଷଣ ଦେଖାଯାଉନଥିଲା। ତେବେ ମୁଁ କୋରୋନାକୁ ନେଇ ସମସ୍ତ ସାବଧାନତା ଆପଣାଇବି। ବର୍ତ୍ତମାନ ମୁଁ ନିଜ ବାସଭବନରେ ଆଇସୋଲେସନରେ ରହିଛି।"

ଏହାପୂର୍ବରୁ ସଚିନ ତେନ୍ଦୁଲକର ଓ ପୂର୍ବତନ ଭାରତୀୟ ଅଲରାଉଣ୍ଡର ୟୁସୁଫ ପଠାନ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ। ଏହାସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋରୋନା ଯାଞ୍ଚ କରାଇ ନେବାକୁ ପରାମର୍ଶ ଦେଇଥିଲେ। ରୋଡ ସେଫଟି ୱାର୍ଲଡ ସିରିଜ ଶେଷ ହେବା ପରେ ଏହି ତିନି ଖେଳାଳି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.