ETV Bharat / sports

ଟ୍ରୋଲ୍ସରଙ୍କୁ କଡା ଜବାବ ଦେଲେ ରସେଲଙ୍କ ପତ୍ନୀ ଜୈସମ ଲୋରା - ରସେଲଙ୍କ ପତ୍ନୀ

ଟ୍ରୋଲର ଲେଖିଛନ୍ତି, ‘‘ଦୟାକରି ଜୈସମ ମାଉସୀ ଆପଣ ଦୁବାଇ ଯାଆନ୍ତୁ, ରସେଲ ଭଲ ଫର୍ମରେ ନାହାଁନ୍ତି ।’’

ଟ୍ରୋଲ୍ସରଙ୍କୁ କଡା ଜବାବ ଦେଲେ ରସେଲଙ୍କ ପତ୍ନୀ ଜୈସମ ଲୋରା

author img

By

Published : Oct 10, 2020, 11:00 PM IST

ହାଇଦ୍ରାବାଦ: କୋଲକାତା ନାଇଟ୍ ରାଇଡର୍ସ ଷ୍ଟାର୍ ପାୱାର୍ ହିଟର୍ ଆଣ୍ଡ୍ରେ ରସେଲଙ୍କ ପତ୍ନୀ ଜୈସମ ଲୋରା ଟ୍ରୋଲରଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ତେବେ ରସେଲ ଫର୍ମରେ ନ ଥିବାରୁ ସେ ରସେଲଙ୍କ ସ୍ତ୍ରୀଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ । ଯାହାର କଡା ଜବାବ ରଖିଛନ୍ତି ରସେଲଙ୍କ ପତ୍ନୀ ।

ରସେଲ ଖେଳିଥିବା 4ଟି ଇନିଂସରେ ସେ ଏପର୍ଯ୍ୟନ୍ତ 11, 24, 13 ଏବଂ 2 ରନ୍ ସ୍କୋର କରି ପାରିଛନ୍ତି । ସେ ଆଇପିଏଲ୍ 2020 ରେ ବ୍ୟାଟ୍ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଜଣେ ପ୍ରଶଂସକ ଏହି ପ୍ରସଙ୍ଗରେ ରସେଲଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ଏକ ମନ୍ତବ୍ୟ ଦେଇଥିଲେ । ଜସାମ ଲୋରାଙ୍କ ଫଟୋ ଉପରେ ଉକ୍ତ ଟ୍ରୋଲର ଏକ ଖରାପ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଲୋରା ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି ।

ଟ୍ରୋଲର ଲେଖିଛନ୍ତି, ‘ଦୟାକରି ଜୈସମ ମାଉସୀ ଆପଣ ଦୁବାଇ ଯାଆନ୍ତୁ, ରସେଲ ଭଲ ଫର୍ମରେ ନାହାଁନ୍ତି ।’’

ଉଲ୍ଲେଖନୀୟ କଥା ହେଉଛି, ଲୋରା ତାଙ୍କ ସ୍ୱାମୀଙ୍କ ସହ ୟୁଏଇ ଯାଇ ନାହାଁନ୍ତି । ଅନେକ ଖେଳାଳି ନିଜ ପରିବାର ବିନା ଏହି ସିଜିନରେ ଭାଗ ନେଉଛନ୍ତି । ଗତ ସିଜନରେ ସେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ଷ୍ଟାଣ୍ଡରେ ନିଜ ପତୀଙ୍କ ପାଳିକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

ଲୋରା ସେହି ଟ୍ରଲରକୁ ପ୍ରତିକ୍ରିୟାରେ ଲେଖିଛନ୍ତି, ‘‘ସେ ତାଙ୍କର ସର୍ବୋତ୍ତମ ଫର୍ମାଟରେ ଅଛନ୍ତି ।’’

ଉଲ୍ଲେଖନୀୟ କଥା ହେଉଛି, ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ରସେଲ ଦୁଇ ରନ୍ ସ୍କୋର କରିଥିଲେ ଯାହା ପରେ ସେ କହିଥିଲେ ଯେ ମୁଁ ଫର୍ମକୁ ଶୀଘ୍ର ଫେରିବି ଏବଂ କ୍ରିକେଟରେ ଏହିପରି ଘଟଣା ନିତିଦିନ ଘଟୁଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.