ETV Bharat / sports

ମହାନ ମାକ୍‌ଗ୍ରାଥଙ୍କ ଏହି ରେକର୍ଡ ଭାଙ୍ଗିଲେ ଆଣ୍ଡରସନ - ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ

ମହାନ ବୋଲର ରିଚାର୍ଡ ହେଡଲିଙ୍କ ପରେ ଟେଷ୍ଟ କ୍ରିକେଟରେ 30 ଥର 5 ୱିକେଟ ହାସଲ କରିଥିବା ଦ୍ବିତୀୟ ଦ୍ରୁତ ବୋଲର ହୋଇଛନ୍ତି ଆଣ୍ଡରସନ । ଅଧିକ ପଢନ୍ତୁ...

Anderson becomes second pacer after Hadlee to pick 30 fifers in Tests
ମହାନ ମାକ୍‌ଗ୍ରାଥଙ୍କ ଏହି ରେକର୍ଡ ଭାଙ୍ଗିଲେ ଆଣ୍ଡରସନ
author img

By

Published : Jan 23, 2021, 6:36 PM IST

ଗାଲେ: ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶନିବାର ଆଉ ଏକ ବଡ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ମହାନ ବୋଲର ରିଚାର୍ଡ ହେଡଲିଙ୍କ ପରେ ଟେଷ୍ଟ କ୍ରିକେଟରେ 30 ଥର 5 ୱିକେଟ ହାସଲକରିଥିବା ଦ୍ବିତୀୟ ଦ୍ରୁତ ବୋଲର ହୋଇଛନ୍ତି ଆଣ୍ଡରସନ । ତେବେ ଏହି ତାଲିକାରେ ସର୍ବକାଳୀନ ସୂଚୀରେ ଷଷ୍ଠ ବୋଲର ହୋଇଛନ୍ତି । ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଆଣ୍ଡରସନ ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ନିରୋସାନ ଡିକୱାଲାଙ୍କୁ ଆଉଟ କରିବା ସହ, ଏହି ମାଇଲଷ୍ଟୋନରେ ପହଞ୍ଚିଛନ୍ତି । ଏଥିସହ କ୍ରିକେଟର ଲମ୍ବା ଫର୍ମାଟରେ ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଗ୍ଳେନ ମାକଗ୍ରାଥଙ୍କ 29 ଥର 5 ୱିକେଟ ହାସଲ ରେକର୍ଡକୁ ପଛରେ ପକାଇଛନ୍ତି ।

ତେବେ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ବୋଲର ହେଡଲିଙ୍କ ନାମରେ ଦ୍ରୁତ ବୋଲର ଭାବେ ସର୍ବାଧିକ 36 ଥର 5 ୱିକେଟ ଦଖଲର ରେକର୍ଡ ରହିଛି । ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ମୁଥୟା ମୁରଲିଧରଙ୍କ ନାମରେ ସର୍ବାଧିକ ଥର 5 ୱିକେଟ ହାସଲର ରେକର୍ଡ ରହିଛି । ଭାରତୀୟ ସ୍ପିନର ଅନିଲ କୁମ୍ବଲେ ମଧ୍ୟ ଏହି ତାଲିକାର 4ର୍ଥରେ ରହିଛନ୍ତି । 18 ବର୍ଷର ଦୀର୍ଘ ଗୌରବମୟ ସଫଳତମ କ୍ରିକେଟ କ୍ୟାରିୟରରେ ମୋଟ 35 ଥର 5 ୱିକେଟ ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ୟାପଟେନ ଅନିଲ କୁମ୍ବଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.