ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଟି -20 ବିଶ୍ବକପ ପାଇଁ ତାଙ୍କ ସମ୍ଭାବ୍ୟ ଭାରତୀୟ ଦଳରେ ଏମଏସ ଧୋନିଙ୍କୁ ନ ନେବାକୁ ନିଷ୍ପତ୍ତି ନେବା ପରେ ଲୋକଙ୍କ ଗାଳି ଓ ଆକ୍ରୋଶର ଶିକାର ହୋଇଥିବା କହିଛନ୍ତି ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର କ୍ରିକେଟ ଆନାଲିଷ୍ଟ ଓ କମେଣ୍ଟେଟର ଆକାଶ ଚୋପ୍ରା ।
ଆକାଶ ଚୋପ୍ରା ଯିଏକି ପୂର୍ବତନ ଭାରତର ଦ୍ରୁତ ବୋଲର ଅଜିତ ଅଗରକରଙ୍କ ସହ ଧୋନିଙ୍କ ଭାରତୀୟ ଦଳକୁ ଫେରିବାରେ ଆଶାବାଦୀ ନୁହଁନ୍ତି ଏବଂ ଋଷଭ ପନ୍ତଙ୍କୁ ଦଳର ୱିକେଟ କିପର ଭାବରେ ବାଛିଛନ୍ତି । ତେବେ ଧୋନିଙ୍କୁ ନିଜ ସମ୍ଭାବ୍ୟ ଟି-20 ସ୍କ୍ବାଡରୁ ବାଦ ଦେବା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଦ୍ବାରା ଅପମାନିତ ହେବା ସହ ତାଙ୍କ କମେଣ୍ଟ ସେକ୍ସନ କିପରି ଅସଭ୍ୟ ଭାଷାରେ ଭରି ଯାଇଥିଲେ ସେ କଥା କହିଛନ୍ତି ଚୋପ୍ରା ।
“ମୋତେ କିଛି ଦିନ ପାଇଁ ସୋସିଆଲ ମିଡିଆ ବନ୍ଦ କରିବାକୁ ପଡିଲା । ଲୋକମାନେ ମୋତେ ଏତେ ଦୁର୍ବ୍ୟବହାର କଲେ । ଆଉ ଏହା ବନ୍ଦ ହେଲା ନାହିଁ, ସେମାନେ ମୋ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କଲେ । ମୁଁ କହିଲି ଦୟାକରି ମୋତେ କ୍ଷମା କରନ୍ତୁ, ଯାହା ଘଟିଛି ଘଟିଯାଇଛି,’’ ବୋଲି ଚୋପ୍ରା ଏକ ଭିଡିଓ ଚାଟ ସମୟରେ ଅଗରକରଙ୍କୁ କହିଛନ୍ତି।
ଧୋନିଙ୍କ ଭାରତୀୟ ଦଳକୁ ଫେରିବା ନେଇ ଅଗରକର ନିଜେ ସମାଲୋଚନା କରିଛନ୍ତି । ପୂର୍ବତନ ଖେଳାଳି ଅନୁଭବ କରିଛନ୍ତି ଯେ ଧୋନିଙ୍କ ଶକ୍ତି ହ୍ରାସ ପାଉଛି ତଥାପି ଅବସର ନେବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ତାଙ୍କର, ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଭାରତୀୟ ଟିମକୁ ଫେରୁଥିବା ସେ ଦେଖି ପାରୁନାହାଁନ୍ତି ବୋଲି କହିଛନ୍ତି। ଏହାର କାରଣ ହେଉଛି 2019 ବିଶ୍ବକପ ସେମି ଫାଇନାଲରେ ହାରିବା ପରେ ଧୋନି କ୍ରିକେଟରୁ ଦୂରେଇ ରହି ନିଜକୁ ନିଜେ ଯେଉଁ ପରିସ୍ଥିତି ପକାଇଛନ୍ତି ।
ଅବସର ଗ୍ରହଣ କରିବା କିମ୍ବା ନକରିବା ହେଉଛି ଏମଏସ ଧୋନିଙ୍କ ନିଷ୍ପତ୍ତି । ଚୟନ କରିବା କିମ୍ବା ଚୟନ ନକରିବା ହେଉଛି ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଯଦି ସେ ସେମାନଙ୍କ ଯୋଜନାରେ ଫିଟ ହୁଅନ୍ତି । ଯେଉଁ ଖେଳାଳି ଗୋଟିଏ ବର୍ଷ ପାଇଁ ଖେଳି ନାହିଁ ତାକୁ ଟିମରେ ନିଆ ହେବା ଉଚିତ କି ନା ମୁଁ ଜାଣି ନାହିଁ । କିନ୍ତୁ ମୋ ପାଇଁ ତାଙ୍କର ଟିମକୁ ଫେରିବା କଷ୍ଟସାଧ୍ୟ । ଏମଏସ ଧୋନି ଏବଂ ଟିମ ମ୍ୟାନେଜନେଣ୍ଟ କିମ୍ବା ଚୟନକର୍ତ୍ତାଙ୍କ ମଧ୍ୟରେ କଣ ଯୋଗାଯୋଗ ହୋଇଛି ସେ ବିଷୟରେ ମଧ୍ୟ ଜଣା ନାହିଁ,” ବୋଲି ଅଗରକର କହିଛନ୍ତି ।