ETV Bharat / sports

ଅଜିଙ୍କ୍ୟଙ୍କୁ ଅଧିନାୟକ ଦାୟିତ୍ବ ଦେଇ ଅଷ୍ଟ୍ରେଲିଆ ଛାଡିଲେ କୋହଲି

author img

By

Published : Dec 22, 2020, 5:15 PM IST

ସାଥୀ ଖେଳାଳିଙ୍କ ମନୋବଳ ବଢାଇ ଅଷ୍ଟ୍ରେଲିଆ ଛାଡିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

After pep talk, expectant father Kohli leaves Australian shores for India
ଅଜିଙ୍କ୍ୟଙ୍କୁ ଅଧିନାୟକ ଦାୟିତ୍ବ ଦେଇ ଅଷ୍ଟ୍ରେଲିଆ ଛାଡିଲେ କୋହଲି

ଆଡିଲେଡ: ଅଷ୍ଟ୍ରେଲିଆ ଛାଡିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଭାରତ ଫେରିବା ପୂର୍ବରୁ କୋହଲି, ସାଥୀ ଖେଳାଳିଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଏଥିସହ ଅଜିଙ୍କ୍ୟ ରାହାଣେଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ବାକି 3ଟି ଟେଷ୍ଟ ପାଇଁ ଅଧିନାୟକତ୍ବ ଦାୟିତ୍ବ ପ୍ରଦାନ କରିଥିଲେ ।

ଜାନୁଆରୀରେ ପ୍ରଥମ ସନ୍ତାନ ଜନ୍ମ ନେବାକୁ ଯାଉଥିବାରୁ କୋହଲି ଭାରତ ଫେରୁଛନ୍ତି । ତେବେ ଅଷ୍ଟ୍ରେଲିଆରୁ ଭାରତ ଫେରିବା ଫ୍ଲାଇଟ ଚଢିବା ପୂର୍ବରୁ କୋହଲି, ସାଥୀ ଖେଳାଳିଙ୍କୁ ଭେଟିଥିଲେ । ଏଥିସହ ସମସ୍ତ ଖେଳାଳିଙ୍କୁ ଅବଶିଷ୍ଟ ସିରିଜରେ ଦକ୍ଷତାର ଶତପ୍ରତିଶତ ଦେବାକୁ ଉତ୍ସାହିତ କରିଥିଲେ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମ ପ୍ରଥମ ଟେଷ୍ଟରେ ବଡ ପରାଜୟ ସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 0-1ରେ ପଛରେ ରହିଛି ।

କୋହଲି ପ୍ରଥମ ଥର ପିତା ହେବାକୁ ଯାଉଥିବାରୁ ପରିବାର ସହ ରହିବାକୁ ସ୍ଥିର କରି ସିରିଜ ପୂର୍ବରୁ ବିସିସିଆଇ ଠାରୁ ଅନୁମତି ମାଗିଥିଲେ । ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ବୋର୍ଡ ପକ୍ଷରୁ କୋହଲିଙ୍କୁ ଅନୁମତି ମିଳିଥିଲା । ଏଥିସହ ତାଙ୍କ ଅନୁପସ୍ଥିତିରେ ସିରିଜର ଅବଶିଷ୍ଟ 3ଟି ମ୍ୟାଚରେ ରାହାଣେଙ୍କୁ ଅଧିନାୟକ ହେବାନେଇ ଘୋଷଣା ହୋଇଥିଲା ।

ମେଲବୋର୍ଣ୍ଣରେ ସିରିଜର ଦ୍ବିତୀୟ ଓ ବକ୍ସିଂ ଡେ ଟେଷ୍ଟ ଖେଳାଯିବ । ଡିସେମ୍ବର 26ରୁ 30 ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.