କଟକ: ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ଆୟୋଜନ କରିବ ମହିଳା କ୍ରିକେଟ ଲିଗ । ଜାନୁଆରୀ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏହି ଲିଗ। ଅଂଶଗ୍ରହଣ କରିବେ ୬ ଟିମର ମୋଟ 90 ଜଣ ଖେଳାଳି ।
ଏହା ମଧ୍ୟରୁ ୩୬ ଜଣଙ୍କୁ ଟ୍ୟାଲେଣ୍ଟ ହଣ୍ଟ ଦ୍ୱାରା ଚୟନ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଭେନ୍ୟୁରେ ଖେଳାଯିବ ମ୍ୟାଚ।

ଚଳିତ ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଏକ ଦିବସୀୟ ଓ ୨୨ ରୁ ୨୭ ଟି-୨୦ ମ୍ୟାଚ ହେବ।
ସମସ୍ତ ମ୍ୟାଚ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏନେଇ ଓସିଏ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ