ETV Bharat / sports

ଦ୍ବିତୀୟ ଟି-20 ଉପରେ ବାତ୍ୟା ‘ମହା’ ପକାଇପାରେ ପ୍ରଭାବ!

author img

By

Published : Nov 4, 2019, 7:51 PM IST

ପ୍ରଦୂଷଣ ପରେ ଏବେ ଭାରତ ବନାମ ବାଂଲାଦେଶ ଟି-20 ମ୍ୟାଚରେ ବାତ୍ୟା ବାଧକ। ସାମୁଦ୍ରିକ ବାତ୍ୟା ‘ମହା’ ଯୋଗୁଁ ପ୍ରଭାବିତ ହୋଇପାରେ ଦ୍ବିତୀୟ ଟି-20 ମ୍ୟାଚ। କମେଷ୍ଟେଟର ଓ ଖେଳାଳି ପ୍ରକଟ କଲେ ଚିନ୍ତା । ଅଧିକ ପଢ଼ନ୍ତୁ...

ଦ୍ବିତୀୟ ଟି-20 ଉପରେ ବାତ୍ୟା ‘ମହା’ ପକାଇବ ପଭାବ !

ନୂଆଦିଲ୍ଲୀ: ଦିଲ୍ଲୀର ବିଷାକ୍ତ ବାୟୁ ପ୍ରଦୂଷଣ ଯୋଗୁଁ ଭାରତ ବନାମ ବାଂଲାଦେଶ ପ୍ରଥମ ଟି-20 ପ୍ରାୟ ରଦ୍ଦ ହେବା ପରିସ୍ଥିତିରେ ଥିବା ବେଳେ ଯେନତେନ ପ୍ରକାରେ ସମ୍ପନ୍ନ ହୋଇଥିଲା ମ୍ୟାଚ। ତେବେ ବର୍ତ୍ତମାନ ଦ୍ବିତୀୟ ଟି-20 ମ୍ୟାଚରେ ବାତ୍ୟା ‘ମହା’ ପ୍ରଭାବ ପକାଇ ବୋଲି ଆଶଙ୍କା କରାଯାଉଛି । ଭାରତ ବନାମ ବାଂଲାଦେଶ ଦ୍ବିତୀୟ ଟି-20 ମ୍ୟାଚ ସୌରାଷ୍ଟ୍ର କ୍ରିକେଟ ଆଶୋସିଏନ ଷ୍ଟାଡିଅମ ଠାରେ ନଭେମ୍ବର 7 ତାରିଖରେ ଖେଳାଯିବ। ତେବେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ବାତ୍ୟା କାରଣରୁ ଦକ୍ଷିଣ ଗୁଜୁରାଟ ଓ ସୌରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

delhi pollution, cyclone Maha could effect second t-20, India vs Bangladesh, t-20 series,  ଦ୍ବିତୀୟ ଟି-20, ବାତ୍ୟା ‘ମହା’ର ପ୍ରଭାବ, ଭାରତ ବନାମ ବାଂଲାଦେଶ ପ୍ରଥମ ଟି-20
ବାତ୍ୟାକୁ ନେଇ ଅଶ୍ବିନ କଲେ ଟ୍ବିଟ

‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ମହା’ ଦକ୍ଷିଣ ପଶ୍ଚିମ ଡିଉ ଠାରୁ 580 କିମି ଦୂରରେ ଥିବା ବେଳେ ଭେରାଭଲ ଠାରୁ 550 କିମି ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଛି । ଗୁଜୁରାଟ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଜୟନ୍ତ ସରକାର କହିଛନ୍ତି ଯେ, ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେଇ ବାତ୍ୟା ମହା ବୁଧବାର ମଧ୍ୟରାତ୍ରି କିମ୍ବା ଗୁରୁବାର ଭୋରରୁ ଦ୍ବାରକା ଓ ଡିଉ ମଧ୍ୟ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଲ୍ୟାଣ୍ଡଫଲ କଲାବେଳେ ପବନର ବେଗ 120 କିମି ପ୍ରତିଘଣ୍ଟା ରହିବ,’ ବୋଲି କହିଛନ୍ତି ପାଣିପାଗ ନିର୍ଦ୍ଦେଶକ ।

ମ୍ୟାଚ ଉପରେ ବାତ୍ୟ ପ୍ରଭାବ, ହର୍ଷା ଭୋଗଲେ ପ୍ରକଟ କଲେ ଚିନ୍ତା

ତେବେ ପୂର୍ବାନୁମାନ ସଠିକ ହୋଇଥିଲେ, ଭାରତ ବନାମ ବାଂଲାଦେଶ ଦ୍ବିତୀୟ ଟି-20 ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାର ସମ୍ବାବନା ରହିଛି।

ଭୟଙ୍କର ସାମୁଦ୍ରିକ ଝଡର ରୂପ ନେଉଥିବା ବାତ୍ୟା ‘ମହା’ ଯୋଗୁଁ ଦକ୍ଷିଣ ଗୁଜୁରାଟ ଓ ସୌରାଷ୍ଟ୍ରରେ 6-7 ନଭେମ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା ଓମାନ ମୁହାଁ ହେଉଥିଲେ ହେଁ ସୋମବାର ଗୁଜୁରାଟ ଉପକୂଳକୁ ଆଡକୁ ମୁହାଁଉଥିବା ଜଣା ପଡିଛି, ବୋଲି କହିଛନ୍ତି ସରକାର ।

ତେବେ ସୂଚନା ପାଇବା ପେର କମେଣ୍ଟେଟର ହର୍ଷା ଭୋଗଲେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ଭୋଗଲେଙ୍କ ଟ୍ବିଟକୁ କୋଟ କରି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଏନେଇ ନିଜର ଚିନ୍ତା ଜାହିର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.