କରାଚୀ: ସମଗ୍ର ବିଶ୍ବ କୋରୋନା ମୁକିବିଲାରେ ଲାଗିଥିବାବେଳେ, ପାକିସ୍ତାନ କ୍ରିକେଟରଙ୍କୁ ଘାରିଛି କ୍ରିକେଟ ନିଶା । କିଛି ଦିନ ତଳେ ପୂର୍ବତନ ପାକିସ୍ତାନ ସ୍ପିଡ ଷ୍ଟାର ସୋଏବ ଅଖତର ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ଖେଳାଯିବାନେଇ ପ୍ରସ୍ତାବ ରଖିଥିଲେ । ତେବେ ଏହାପର କାରଣ ସେ କୋରୋନା ଭାଇରସ ମୁକାବିଲା ପାଇଁ ଅର୍ଥରାଶି ଯୋଗାଡ କରିବା କହିଥଲେ । ଅଖତରଙ୍କ ଏହି ପ୍ରସ୍ତାବକୁ ଭେଟେରାନ ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି ସମର୍ଥନ କରିଛନ୍ତି ।
ତେବେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ପ୍ରସ୍ତାବକୁ ବାୟ ବାୟ ଉଡାଇଦେଇଥିଲେ ପୂର୍ବତନ ବିଶ୍ବବିଜୟୀ ଭାରତୀୟ କ୍ୟାପଟେନ କପିଳ ଦେବ । ଭାରତକୁ ଟଙ୍କାର ଆବଶ୍ୟକତା ନାହିଁ, ଏପରି କଠିନ ସମୟରେ ଖେଳାଳିଙ୍କ ସୁରକ୍ଷା ସହ କୌଣସି ବୁଝାମଣା କରାଯାଇପାରିବ ନାହିଁ ବୋଲି କପିଳ ଦେବ କହିଥିଲେ । ବିସିସିଆଇ ଭାରତ ସରକାରଙ୍କୁ 51 କୋଟି ସହାୟତା ରାଶି ପ୍ରଦାନ କରିଛି । ଆବଶ୍ୟକ ହେଲେ ଆହୁରି ଅଧିକ ଅର୍ଥ ପ୍ରଦାନ କରାଯିବ । ଆମ ଦେଶ ପାଇଁ ଆମେ ଯଥେଷ୍ଟ । କୋରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ବିଶ୍ବର ସମସ୍ତ ଭାଗରେ ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । ଏପରି ସ୍ଥିତି କ୍ରିକେଟ ମ୍ୟାଚ କଥା ଚିନ୍ତା କରିବା ହିଁ ଭୁଲ ହେବ କହିଥିଲେ କପିଲ ଦେବ । ପୂର୍ବତନ ଆଇପିଏଲ ଚେୟାରମ୍ୟାନ ରାଜିବ ଶୁକ୍ଳା ମଧ୍ୟ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ପ୍ରସ୍ତାବକୁ ଖଣ୍ଡନ କରିଥିଲେ ।
କପିଳ ଦେବ ଓ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ରାଜିବ ଶୁକ୍ଳାଙ୍କ ଏହି ଜବାବରେ ଅସହମତି ପ୍ରକାଶ କରିଛନ୍ତି ସାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି ସାରା ବିଶ୍ବ ମହାମାରୀ କୋରୋନା ସହ ଲଢେଇ ଜାରି ରଖିଛି । ଏପରି ସ୍ଥିତିରେ ନକରାତ୍ମକ ଚିନ୍ତାଧାରା ଉଚିତ ହେବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ