ଲଣ୍ଡନ: ଚଳିତ ବିଶ୍ବକପରେ ଖରାପ ସ୍ଥିତି ଦେଇ ଗତି କରୁଛି ଆଫଗାନିସ୍ତାନ ଦଳ । ପ୍ରଥମରୁ ଦୁଇଟି ମ୍ୟାଚ ହାରି ସାରିଥିବା ବେଳେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଏବେ ଆହାତ ହୋଇ ବିଶ୍ବକପରୁ ବାଦ ପଡିଛନ୍ତି । ଦଳର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଓ ୱିକେଟ ରକ୍ଷକ ମହମ୍ମଦ ଶହଜାଦଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଫଳରେ ସେ ବିଶ୍ବକପରେ ଆଗକୁ ମ୍ୟାଚ ଖେଳିପାରିବେ ନାହିଁ ।
ପାକିସ୍ତାନ ବିପକ୍ଷରେ ୱାର୍ମଅପ୍ ମ୍ୟାଚରେ ଆଫଗାନିସ୍ତାନ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମହମ୍ମଦ ଶହଜାଦଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଯଦିଓ ମହମ୍ମଦ ଶହଜାଦ୍ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିଥିଲେ । କିନ୍ତୁ ଏବେ ଆଘାତ ଅଧିକ ଅନୁଭବ ହେବାରୁ ବିଶ୍ୱକପରୁ ତାଙ୍କୁ ବାହାରିବାକୁ ପଡିଛି ।
ତେବେ ମହମ୍ମଦ ଶହଜାଦଙ୍କ ଆହାତ ହେବା ଆଫଗାନିସ୍ତାନ ପାଇଁ ବହୁତ ବଡ ଝଟକା । ମହମ୍ମଦ ଶହଜାଦଙ୍କ ସ୍ଥାନରେ ଇକରାମ ଅଲ୍ଲୀ ଖିଲଙ୍କୁ ଦଳରେ ସାମିଲ କରାଯାଇଛି ।