ETV Bharat / sports

ବିଶ୍ବକପ: ପରାଜୟ ପାଇଁ ଦୁର୍ବଳ ଫିଲ୍ଡିଂକୁ ଦାୟୀ କଲେ ଆଫଗାନ୍‌ର ଅଧିନାୟକ - press

ପରାଜୟ ପାଇଁ ଆଫଗାନ୍‌ର ଅଧିନାୟକ ମିସ୍‌ ଫିଲ୍ଡିଂ ଓ ଅତିରିକ୍ତ ରନ୍‌କୁ ଦାୟୀ କରିଛନ୍ତି ।ଏଥିସହ ସାକିବଙ୍କ ବୋଲିଂକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 25, 2019, 3:13 PM IST

ସାଉଥମ୍ପଟନ: ବିଶ୍ବକପ ଲଢେଇରେ ବାଂଲାଦେଶ ଆଫଗାନିସ୍ତାନକୁ 62 ରନରେ ହରାଇଛି । ତେବେ ପରାଜୟ ପାଇଁ ଆଫଗାନ୍‌ର ଅଧିନାୟକ ମିସ୍‌ ଫିଲ୍ଡିଂ ଓ ଅତିରିକ୍ତ ରନ୍‌କୁ ଦାୟୀ କରିଛନ୍ତି ।

ତେବେ ମ୍ୟାଚ ପରେ ଆଫଗାନିସ୍ତାନ ଟିମର ପ୍ରଦର୍ଶନକୁ ନେଇ ଅଧିନାୟକ ନୈବ କହିଛନ୍ତି ଯେ, ଆମେ ଫିଲ୍ଡିଂ ବେଳେ ଅନେକ ତ୍ରୁଟି କରିଛୁ । ପାଖାପାଖି 30-35 ଅଧିକ ରନ ଦେଇଛୁ । ଏତେ ଅତିରିକ୍ତ ରନ ଯଦି ଦେଇ ନଥାନ୍ତୁ, ତେବେ ବାଂଲାଦେଶ ଏତେ ସ୍କୋର କରି ପାରିନଥାନ୍ତା ।

ଏଥିସହ ସାକିବଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ନୈବ । ସାକିବଙ୍କ ବୋଲିଂକୁ ମଧ୍ୟ ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି ଆଫଗାନ ଅଧିନାୟକ । ସେ କହିଛନ୍ତି ଯେ, ବିଶ୍ବର ଏକ ନଂ ଅଲରାଉଣ୍ଡର ସାକିବ । ତାଙ୍କ ପାଖରେ ଅନେକ ଅଭିଜ୍ଞତା ଅଛି । ବହୁତ ଭଲ ବ୍ୟାଟିଂ କରିବା ସହ ଯୋଜନାନୁସାରେ ବୋଲିଂ କରିଛନ୍ତି ।

ସୂଚନାଥାଉକି, ଷ୍ଟାର ଅଲରାଉଣ୍ଡର ସାକିବ ସାଜିଛନ୍ତି ବାଂଲା ବିଜୟର ହିରୋ । 10 ଓଭରରେ 29ରନ ବିନିମୟରେ 5ଟି ଓ୍ବିକେଟ ହାସଲ କରିଥିଲେ । ଏଥିସହ ଦଳ ପାଇଁ ଅର୍ଦ୍ଧଶତକ ପାଳି ଖେଳିଥିଲେ । ଏହି ମ୍ୟାଚରେ ସେ ମେନ ଅଫ ଦି ମ୍ୟାଚ ହୋଇଛନ୍ତି ।

ସୂଚନାଥାଉକି, 263 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ 47ତମ ଓଭରରେ 200ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସମିଉଲ୍ଲାହ ସର୍ବାଧିକ 49ରନ କରିଥିଲା ବେଳେ ଅଧିନାୟକ ଗୁଲବଦୀନ ନୈବ 47ରନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.