ETV Bharat / sports

ଟିମ ଇଣ୍ଡିଆର କିଟ୍ ପ୍ରାୟୋଜକ ରେସରେ ଆଡିଡାସ-ପୁମା - ଟିମ ଇଣ୍ଡିଆର କିଟ୍ ପ୍ରାୟୋଜକ

14 ବର୍ଷ ଧରି 'ମେନ୍ ଇନ ବ୍ଲୁ'ର କିଟ୍ ପ୍ରାୟୋଜକ ଥିବା ନାଇକ୍ ର ଚୁକ୍ତି ସେପ୍ଟେମ୍ବର 2020ରେ ଶେଷ ହେଉଛି । ଫଳରେ ପରବର୍ତ୍ତୀ ପ୍ରାୟୋଜକ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି ।

Adidas, Puma look to fight it out for Team India kit sponsorship
ଟିମ ଇଣ୍ଡିଆର କିଟ୍ ପ୍ରାୟୋଜକ ରେସରେ ଆଡିଡାସ-ପୁମା
author img

By

Published : Aug 9, 2020, 8:56 PM IST

ନୂଆଦିଲ୍ଲୀ: କିଏ ହେବ ଟିମ ଇଣ୍ଡିଆର ପରବର୍ତ୍ତୀ କିଟ୍ ପ୍ରାୟୋଜକ । ପୂର୍ବରୁ 14 ବର୍ଷ ଧରି 'ମେନ୍ ଇନ ବ୍ଲୁ'ର କିଟ୍ ପ୍ରାୟୋଜକ ଥିବା ନାଇକ୍ ର ଚୁକ୍ତି ସେପ୍ଟେମ୍ବର 2020ରେ ଶେଷ ହେଉଛି । ଫଳରେ ପରବର୍ତ୍ତୀ ପ୍ରାୟୋଜକ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ତେବେ ଦୁଇ ପ୍ରମୁଖ ସ୍ପୋର୍ଟ୍ସ କ୍ରୀଡା ଉପରକରଣ କମ୍ପାନୀ ଆଡିଡାସ ଓ ପୁମା ମଧ୍ୟରେ ଏହି ସ୍ଥାନ ନେବାନେଇ ପ୍ରତିଯୋଗିତା ହୋବାର ସମ୍ଭାବନା ରହିଛି ।

ଉଭୟ କମ୍ପାନୀ ଟିମ ଇଣ୍ଡିଆର କିଟ୍ ପ୍ରାୟୋଜକ ହେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଏନେଇ ଖୁବଶୀଘ୍ର ପ୍ରକିୟା ଆରମ୍ଭ ହେବ ଏବଂ ଭାରତୀୟ କ୍ରିକେଟର ସ୍ବାର୍ଥରେ ନିଷ୍ପତି ହେବ । ଡ୍ରିମ 11 ମଧ୍ୟ ରେସରେ ରହିଛି । ଏନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ବର୍ଷ 2016ରେ ନାଇକ୍ 370 କୋଟି ଅର୍ଥ ବିନିମୟରେ ଭାରତୀୟ ଟିମର କିଟ୍ ପ୍ରାୟୋଜକ ଭାବେ ଚୁକ୍ତି ନବୀକରଣ କରିଥିଲା । ଯାହା ଚଳିତ ବର୍ଷ ସେପ୍ଟେମ୍ବର 30ରେ ଶେଷ ହେଉଛି । ମ୍ୟାଚ ପିଛା ପ୍ରାୟ 87,34,000 ଟଙ୍କା ଦେଉଥିଲେ ବୋଲି କୁହାଯାଉଛି ।

ବର୍ତ୍ତମାନର କୋରୋନା ମହାମାରୀ ସମୟରେ ପୂର୍ବରୁ ହୋଇଥିବା ମହଙ୍ଗା ଚୁକ୍ତିକୁ ଆଗକୁ ବଢାଇବାକୁ ନାଇକ୍ ଅସମର୍ଥ ହେବା ବୋଲି କୁହଯାଉଛି । ସେଥିପାଇଁ ବିସିସିଆଇ ପକ୍ଷରୁ ଏକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି । ଫଳରେ ଅନ୍ୟ କମ୍ପାନୀଗୁଡିକ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ।

ଭାରତରେ ଆଡିଡାସ ଓ ପୁମା କମ୍ପାନୀର ବହୁପରିମାଣର ବ୍ୟବହାରକାରୀ ଓ ପ୍ରଶଂସକ ରହିଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ପୂର୍ବରୁ ଏହି କମ୍ପାନୀ ସହ ଅନୁବନ୍ଧିତ ଅଛନ୍ତି ସୀମିତ ଓଭର କ୍ରିକେଟରେ ଟିମ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଡିଡାସ ସହିତ ଚୁକ୍ତି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.