ଆଡିଲେଡ: କ୍ରିକେଟର ଲମ୍ବା ଫର୍ମାଟରେ ପୁଣି ଚମକିଲେ ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟରେ 23 ରନ କରିବା ପରେ ସ୍ମିଥ, ନିଜ କ୍ୟାରିୟରର 7,000 ଟେଷ୍ଟ ରନ ପୂରଣ କରିଛନ୍ତି । 126 ତମ ଟେଷ୍ଟ ଇନିଂସରେ ଆଇସିସି ଦିନିକିଆ ମାନ୍ୟତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସ୍ମିଥ ଏହି ମାଇଲ ଷ୍ଟୋନକୁ ଅତିକ୍ରମ କରି ରେକର୍ଡ କରିଛନ୍ତି । ଏଥିସହିତ ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଭେଟେରାନ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କ ରେକର୍ଡକୁ ସ୍ମିଥ ଭଙ୍ଗ କରିଛନ୍ତି ।
ନିଜ ସମୟର ଏକ ବିସ୍ପୋରକ ଓପନର ଭାବେ ପରିଚିତ ସେହୱାଗ 134 ଇଂନିସରେ କ୍ୟାରିୟରର 7,000 ଟେଷ୍ଟ ରନ ହାସଲ କରିଥିଲେ । ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ୱାଲି ହାମୁଦ 131ତମ ଇନିଂସରେ 7000 ରନ କ୍ଳବରେ ସାମିଲ ହୋଇଥିଲେ । ସେହୱାଗଙ୍କ ପରେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର 136 ମ୍ୟାଚରେ ଏହି ମାଇଲ ଷ୍ଟୋନକୁ ଅତିକ୍ରମ କରିଥିଲେ । 138ତମ ଇଂନିସରେ ୱେଷ୍ଟଇଣ୍ଡିଜର ଗ୍ୟାରି ସୋବର୍ସ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଓ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି 7000 ରନ ପୂରଣ କରିଛନ୍ତି।