ETV Bharat / sports

ଶେଷ ଟି-20ରେ ରନ ବର୍ଷା, ସିରିଜ ଜିତିଲା ଭାରତ

author img

By

Published : Mar 20, 2021, 11:05 PM IST

ଟି-20 ସିରିଜର ଶେଷ ମ୍ୟାଚକୁ 36 ରନରେ ଜିତିଲା ଭାରତ । 3-2ରେ ହାତେଇଲା ସିରିଜ । ଅଧିକ ପଢନ୍ତୁ...

5th T20: India won by 36 runs, clinch series 3-2
ଶେଷ ଟି20ରେ ରନ ବର୍ଷା, ସିରିଜ ଜିତିଲା ଭାରତ

ଅହମ୍ମଦାବାଦ: ଟି-20 ସିରିଜର ଶେଷ ମ୍ୟାଚକୁ 36 ରନରେ ଜିତିଲା ଭାରତ । ଧମାକାଦାର ବିଜୟ ସହ ଟି-20 ସିରିଜକୁ 3-2ରେ ହାତେଇଲା ଭାରତ । 5 ମ୍ୟାଚ ବିଶିଷ୍ଟ ସିରିଜ 2-2ରେ ବରାବର ଥିଲା । ମାତ୍ର ଶେଷ ମ୍ୟାଚରେ ପ୍ରଥମ ବଲ୍‌ରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା ବିରାଟ ବାହିନୀ ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 224 ରନର ବିଶାଳ ସ୍କୋର କରିଥିଲା । ଭାରତର ସମସ୍ତ ବ୍ୟାଟ୍ସମ୍ୟାନ ଧୁଆଁଧାର ବ୍ୟାଟିଂ ସହ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ରୋହିତ ଶର୍ମା 34 ବଲ୍‌ରୁ 64, ବିରାଟ କୋହଲି 52 ବଲ୍‌ରୁ 80, ସୂର୍ଯ୍ୟକୁମାର ଯାଦବ 17 ବଲ୍‌ରୁ 32 ଓ ହାର୍ଦ୍ଦିକ ପାଣ୍ଡ୍ୟା 17 ବଲ୍‌ରୁ 39 ରନ କରିଥିଲେ ।

ପରେ 225 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ 188 ରନ କରିପାରିଥିଲା । ଫଳରେ 36 ରନରେ ବିଜୟୀ ସହ ସିରିଜ ଜିତିଲା ଭାରତ । ଇଂଲଣ୍ଡ ପକ୍ଷରୁ ଜସ ବଟଲର 52 ଓ ଡେଭିଡ ମଲାନ 68 ରନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.