ETV Bharat / sports

କୋଭିଡ କଟକଣା ଉଲ୍ଲଙ୍ଘନ: ଆଇସୋଲେସନରେ 5 ଭାରତୀୟ କ୍ରିକେଟର - କ୍ରିକେଟ ଅଷ୍ଟ୍ରେଲିଆ

କୋଭିଡ କଟକଣା ଉଲ୍ଲଙ୍ଘନ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ରୋହିତ ଶର୍ମା, ଋଷଭ ପନ୍ତ, ଶୁଭମନ ଗିଲ୍, ପୃଥ୍ବୀ ଶ ଓ ନବଦୀପ ସାଇନିଙ୍କୁ ଆଇସୋଲେସନରେ ରଖାଯାଇଛି । ଅଧିକ ପଢନ୍ତୁ...

Rohit & 4 players isolated for breaching COVID-19 protocals
କୋଭିଡ କଟକଣା ଉଲଂଘନ: ଆଇସୋଲେସନରେ 5 ଭାରତୀୟ କ୍ରିକେଟର
author img

By

Published : Jan 2, 2021, 6:18 PM IST

Updated : Jan 2, 2021, 11:04 PM IST

ସିଡନୀ: ନୂଆବର୍ଷର ଦ୍ବିତୀୟ ଦିନରେ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଝଟକା ଖବର ପହଞ୍ଚିବାରେ ଲାଗିଛି । ଅଷ୍ଟ୍ରେଲିଆ ଗସ୍ତରେ ଥିବା 5ଜଣ ଭାରତୀୟ କ୍ରିକେଟରଙ୍କୁ ଆଇସୋଲେସନରେ ରଖାଯାଇଛି । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ରୋହିତ ଶର୍ମା, ଋଷଭ ପନ୍ତ, ଶୁଭମନ ଗିଲ୍, ପୃଥ୍ବୀ ଶ ଓ ନବଦୀପ ସାଇନିଙ୍କୁ ଆଇସୋଲେସନରେ ରଖାଯାଇଛି । ନୂଆବର୍ଷ ଦିନ ମେଲବୋର୍ଣ୍ଣରେ ଏକ ଇଣ୍ଡୋର ଭେନ୍ୟୁରେ ଏହି 5 ଖେଳାଳି ଖାଇଥିବା ନେଇ କ୍ରିକେଟ ଅଷ୍ଟ୍ରେଲିଆ କହିଛି । ଫଳରେ ସତର୍କତାମୂଳକ ପଦକ୍ଷେପ ଅନୁଯାୟୀ, ଏହି 5 ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି ।

Rohit & 4 players isolated for breaching COVID-19 protocals
କୋଭିଡ କଟକଣା ଉଲଂଘନ: ଆଇସୋଲେସନରେ 5 ଭାରତୀୟ କ୍ରିକେଟର

ଅଷ୍ଟ୍ରେଲିଆ ଓ ଭାରତୀୟ ମେଡିକାଲ ଟିମର ପରାମର୍ଶ ଅନୁଯାୟୀ, ସତର୍କତା ମୂଳକ ପଦକ୍ଷେପ ଭାବେ ଖେଳାଳି ଆଇସୋଲେସନରେ ରହିବାକୁ କୁହାଯାଇଛି । ଅଭ୍ୟାସ କ୍ୟାମ୍ପରେ ଥିବା ଭାରତୀୟ ଓ ଅଷ୍ଟ୍ରେଲୀୟ ସ୍କ୍ବାଡ ଠାରୁ ଏହି ଖେଳାଳିଙ୍କୁ ଅଲଗା ରଖାଯିବ । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହା ଉଲ୍ଲେଖ କରାଯାଇଛି ।

ନୂଆବର୍ଷ ଦିନ ଏକ ଇଣ୍ଡୋର ଭେନ୍ୟୁରେ ଖାଉଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ, କ୍ରିକେଟ ଅଷ୍ଟ୍ରେଲିଆ (CA) କଠୋର ହୋଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 2, 2021, 11:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.