ETV Bharat / sports

ବିଶ୍ବକପକୁ 4 ଦିନ ବାକି, ଜାଣନ୍ତୁ '4'ର ସଂଯୋଗ - india

କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 4 ଦିନ ବାକି । ବିଶ୍ବକପ ସହ ଏହି 4 ଅଙ୍କର ସମ୍ବନ୍ଧକୁ ନେଇ ଆମର ଏହି ଖାସ ରିପୋର୍ଟ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 26, 2019, 1:38 PM IST

ହାଇଦ୍ରାବାଦ: ଆରମ୍ଭ ହୋଇସାରିଛି ମହା ଲଢେଇର ମହାଯାତ୍ରା । ଖେଳାଗଲାଣି ଅଭ୍ୟାସ ମ୍ୟାଚ୍‌ । ମେ 30ରେ ଇଂଲଣ୍ଡ ଓ ୱେଲ୍ସରେ ଅନୁଷ୍ଠିତ ହେବାକୁଯାଉଛି କ୍ରିକେଟର ମହାକୁମ୍ଭ, କ୍ରିକେଟ ବିଶ୍ବକପ । ଏହି ମହାଯୁଦ୍ଧକୁ ମାତ୍ର ଆଉ 4 ଦିନ ବାକି । ତେବେ ଆପଣ ଜାଣନ୍ତି କି, ବିଶ୍ବକପ ସହ ଏହି 4 ଅଙ୍କର ସମ୍ବନ୍ଧ କଣ ରହିଛି ?

ତେବେ ନଜର ପକାନ୍ତୁ ଆମର ଏହି ଖାସ ରିପୋର୍ଟ ଉପରେ-

1.ବିଶ୍ବକପରେ ଚାରୋଟି('4') ଲଗାତାର ଶକତର ରେକର୍ଡ ଶ୍ରୀଲଙ୍କାର ପୂର୍ବତନ ୱିକେଟ କିପର ବ୍ୟାଟ୍ସମ୍ୟାନ କୁମାରା ସାଙ୍ଗାକାରାଙ୍କ ନାମରେ ରହିଛି । ସେ ଏହି କାରନାମା 2015 ବିଶ୍ବକପରେ କରିଥିଲେ । ଏହା କରିବାରେ ସେ ମଧ୍ୟ ବିଶ୍ବ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇ ରହିଛନ୍ତି ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
  • 2015 ଫେବୃୟାରୀ 26 ତାରିଖରେ ସାଙ୍ଗାକାର ବାଙ୍ଗଲାଦେଶ ବିପକ୍ଷ ମ୍ୟାଚରେ 76 ବଲରୁ 105 ରନର ଶତକୀୟ ପାଳି ଖେଳିଥିଲେ ।
  • 2015 ମାର୍ଚ୍ଚ 1 ତାରିଖ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ 86ବଲରୁ 117ରନର ଧୁଆଁଧାର ଶତକୀୟ ପାଳି ଖେଳିଥିଲେ ।
  • 2015 ମାର୍ଚ୍ଚ 8ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ବିଶ୍ବକପର 3ୟ ଶତକ ଯୋଡିଥିଲେ । 107ବଲରୁ 104ରନ ଶତକୀୟ ପାଳି ଖେଳିଥିଲେ ସାଙ୍ଗାକାରା ।
  • 2015 ମାର୍ଚ୍ଚ 11 ତାରିଖରେ ସ୍କର୍ଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ପୁଣି ଏକ ଶତକୀୟ ପାଳି ଯୋଡିଥିଲେ ସେ । ସେହି ବର୍ଷ ବିଶ୍ବକପର ଏହା 4ର୍ଥ ଶତକୀୟ ପାଳି ଥିଲା ତାଙ୍କର । 95ବଲରୁ 124ରନର ଶତକୀୟ ପାଳି ଯୋଡିଥିଲେ ସାଙ୍ଗାକାରା ।

2.କଙ୍ଗାରୁ ଦଳର ଦୁଇଥର ବିଶ୍ବ ବିଜେତା ଅଧିନାୟକ ରିକି ପଣ୍ଟିଂ ଅଧିନାୟକ ହିସାବରେ ('4')ଟି ଶତକୀୟ ପାଳି ଖେଳିଛନ୍ତି ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
  • ସେ ଖେଳିଥିବା ବିଶ୍ବକପର 46ଟି ମ୍ୟାଚରୁ 1743 ରନ ଆଧାରରେ 5ଟି ଶତକ ଓ 6ଟି ଅର୍ଦ୍ଧଶତକ ମାରିଛନ୍ତି । ତାଙ୍କର ବିଶ୍ବକପ ଆବରେଜ ରହିଛି 45.86 ।

3. 2011 ବିଶ୍ବକପ ବିଜୟରେ ଭାରତ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସିକ୍ସର କିଙ୍ଗ୍‌ ଯୁବାରାଜ ସିଂ। ତେବେ ସେହି ସଂସ୍କରଣରେ ଯୁବରାଜ('4') ଥର ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ପାଇଥିଲେ । ଏଥି ସହିତ ମ୍ୟାନ ଅଫ ଦ ସିରିଜରେ ମଧ୍ୟ ସମ୍ମାନିତ ହୋଇଥିଲେ ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
  • ତେବେ ସେହି ବର୍ଷ ଯୁବରାଜ 8ଟି ମ୍ୟାଚ ଖେଳି 13ଟି ୱିକେଟ ନେଇଥିଲେ । ବିଶ୍ବକପରେ ସେ 341ରନ କରିଥିଲେ । ଯେଉଁଥିରେ ସାମିଲ ଥିଲା ତାଙ୍କର ଗୋଟିଏ ଶତକ ଓ 4ଟି ଅର୍ଦ୍ଧଶତକ ।

4. ବିଶ୍ବକପରେ ଇତିହାସରେ ଏହା ହେଉଛି ସର୍ବଶ୍ରେଷ୍ଠ ରେକର୍ଡ । ବିଶ୍ବକପରେ ('4')ଥର 7 ୱିକେଟ-ହଲ ଅକ୍ତିଆର କରାଯାଇଛି ।

world cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
  • 2003 ବିଶ୍ବକପରେ ଏହି ରେକର୍ଡ ଗ୍ଲେନ ମ୍ୟାଗରାଥଙ୍କ ନାମରେ ରହିଛି । 7ଓଭର ବୋଲିଂ କରି ମ୍ୟାଗରାଥ 15ରନ ବିନିମୟରେ 7 ୱିକେଟ-ହଲ ଅକ୍ତିଆର କରିଥିଲେ । ଏହି ଘଟଣା ଅଷ୍ଟ୍ରେଲିଆ ଓ ନାମ୍ବିଆ ମ୍ୟାଚରେ ଘଟିଥିଲା ।
  • 2003 ମସିହାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚରେ 7 ୱିକେଟ ହଲ ନେଇଥିଲେ ଆଣ୍ଡି ବିଚେଲ । ସେ 10 ଓଭର ବୋଲିଂ କରି 20ରନ ବ୍ୟୟରେ 7ୱିକେଟ ଅକ୍ତିଆର କରିଥିଲେ ।
  • 2015 ବିଶ୍ବକପରେ ଏହି ଖାସ ରେକର୍ଡ ଟିମ୍‌ ସାଉଦି‌ଙ୍କ ନାମରେ ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ 9 ଓଭରର ବୋଲିଂରେ 33ରନ ବ୍ୟୟ କରି 7 ୱିକେଟ-ହଲ ଅକ୍ତିଆର କରିଥିଲେ ।
  • 1983 ମସିହା ବିଶ୍ବକପରେ ଏହି ରେକର୍ଡ ଉନଷ୍ଟୋନ ଡାଭିସହ୍କ ନାମରେ ରହିଛି । ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ 11 ଓଭରର ବୋଲିଂ କରି 51ରନ ବ୍ୟୟରେ 7 ୱିକେଟ ହଲ ଅକ୍ତିଆର କରିଥିଲେ ।

ତେବେ ଏହି ('4') ସଂଯୋଗ ସହିତ ବିଶ୍ବକପକୁ ଆଉ 4 ଦିନ ବାକି ।

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.