ETV Bharat / sports

ଶତକୀୟ ଭାଗିଦାରୀ ପରେ ରୋହିତ ରସିଦଙ୍କ ଶିକାର - ଓପନର ରୋହିତ ଶର୍ମା ଆଉଟ

ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାୱନଙ୍କ ମଧ୍ୟରେ 103 ରନର ଶତକୀୟ ଭାଗିଦାରୀ ହୋଇଥିଲା । ଅଧିକ ପଢନ୍ତୁ...

3rd ODI:  Rashid ends Dhawan-Rohit century stand
ଶତକୀୟ ଭାଗିଦାରୀ ପରେ ରୋହିତ ରସିଦଙ୍କ ଶିକାର
author img

By

Published : Mar 28, 2021, 3:20 PM IST

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଦିନିକିଆ ସିରିଜର ନିର୍ଣ୍ଣାୟକ ମୁକାବିଲା ଜାରି ରହିଛି । ପୁଣି ଥରେ କ୍ୟାପଟେନ ବିରାଟ କaହଲି ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଭଲ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ 103 ରନର ଶତକୀୟ ଭାଗିଦାରୀ ହୋଇଥିଲା ।

ମାତ୍ର ବ୍ୟକ୍ତିଗତ ସ୍କୋର 37ରେ ଖେଳୁଥିବା ସମୟରେ ରୋହିତ ଶର୍ମା ରସିଦ ଖାନଙ୍କ ଶିକାର ହୋଇଛନ୍ତି । ଫଳରେ 103 ରନରେ ରୋହିତଙ୍କ ରୂପରେ ଭାରତ ପ୍ରଥମ ୱିକେଟ ହରାଇଛି । ସିରିଜର ପ୍ରଥମ ମ୍ୟାଚରେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ଧାୱନ ପୁଣି ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ପ୍ରଥମ ମ୍ୟାଚକୁ 66 ରନ୍‌ରେ ଜିତିବା ପରେ ଇଂଲଣ୍ଡ ଦ୍ବିତୀୟ ମ୍ୟାଚକୁ 6 ୱିକେଟରେ ଜିତିବା ସହ ସିରିଜ ବରାବର କରିଛି । 337 ରନର ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ମାତ୍ର 44 ଓଭରରେ ହାସଲ କରିନେଇଥିଲା । ଫଳରେ ଆଜିର ମ୍ୟାଚରେ ବିଜେତା ଟିମ ସିରିଜ ବିଜୟୀ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.