ETV Bharat / sports

ଚେନ୍ନାଇର ବଦଲା ଚେନ୍ନାଇରେ: ବୃହତ ବିଜୟ, ମଧୁର ପ୍ରତିଶୋଧ - ଭାରତର ବୃହତ ବିଜୟ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ରନ ଆଧାରରେ ଇଂଲଣ୍ଡ ବିପକ୍ଷରେ ଭାରତ ସର୍ବବୃହତ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ...

2nd Test stats: India's biggest win over England by runs
ଚେନ୍ନାଇର ବଦଲା ଚେନ୍ନାଇରେ: ବୃହତ ବିଜୟ, ମଧୁର ପ୍ରତିଶୋଧ
author img

By

Published : Feb 16, 2021, 8:19 PM IST

ଚେନ୍ନାଇ: ଟିମ ଇଣ୍ଡିଆ ପାଇଁ ମଙ୍ଗଳମୟ ହୋଇଛି ମଙ୍ଗଳବାର। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ରନ ଆଧାରରେ ଇଂଲଣ୍ଡ ବିପକ୍ଷରେ ଭାରତ ସର୍ବବୃହତ ବିଜୟ ହାସଲ କରିଛି । ଜୋ ରୁଟ୍‌ଙ୍କ ଟିମକଜୁ 317 ରନର ବଡ ବ୍ୟବଧାନରେ ହରାଇଛି ବିରାଟ ବାହିନୀ । ଏହି ବିଜୟ ମଧ୍ୟ ରନ ଆଧାରରେ ଭାରତର ପଞ୍ଚମ ସର୍ବବୃହତ ବିଜୟ । ଏଥିସହ ସମାନ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ପରାଜୟର ମଧୁର ପ୍ରତିଶୋଧ

ଏହାପୂର୍ବରୁ ବର୍ଷ 1986ରେ ହେଡିଂଲି, ଲିଡ୍ସରେ 279 ରନର ବିଜୟ ରନ ଆଧାରରେ ଇଂଲଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ ରହିଥିଲା ।

ସେହପରି 2015-16 ସିରିଜରେ ଦିଲ୍ଲୀରେ ଦକ୍ଷିଣ ଆଫ୍ରିକାକୁ 337 ରନରେ ହରାଇଥିଲା ଭାରତ । ପରେ 2016-17ରେ ନ୍ୟୁଜିଲାଣ୍ଡକୁ ଇନ୍ଦୋରରେ 321 ରନରେ ହରାଇଥିଲା । ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ 320 ରନର ବିଜୟ ଓ 2019ରେ ନର୍ଥ ସାଉଣ୍ଡ , ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 318 ରନର ବିଜୟ ମିଳିଥିଲା ।

ତେବେ କୌତୁହଳ କଥା ଏହା ଯେ, ରନ ଆଧାରରେ ଭାରତକୁ ମିଳିଥିବା 6ଟି ସର୍ବବୃହତ ବିଜୟରୁ 5ଟି ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଭାରତକୁ ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.